ଓଡିଆରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଫେବ୍ରୁଆରି ୯ ତାରିଖ ପର୍ୟ୍ୟନ୍ତ ଏହି ଅଧିବେଶନ ଚାଲିବ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଅଧିବେଶନ । ବଜେଟ୍ ଅଧିବେଶନରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିବେଶନରେ ବିଜେପି ସରକାରର ଅନେକ ସଫଳତା ଓ ଗାରିମା ବଖାଣିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ଏହି ଅବସରରେ ସେ ଓଡିଆରେ ରଖିଥିଲେ ଅଭିଭାଷଣ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ପଂକ୍ତିକୁ ଓଡ଼ିଆରେ ବୁଝାଇଥିଲେ ରାଷ୍ଟ୍ରପତି । ଗୋପବନ୍ଧୁଙ୍କ ପଂକ୍ତି ମିଶୁ ମୋର ଦେହ ଏ ଦେଶ ମାଟିରେ କହି ପରେ ପରେ ହିନ୍ଦୀରେ ଅନୁବାଦ କରି ବୁଝାଇଥିଲେ ରାଷ୍ଟ୍ରପତି । ସେପଟେ ରାଷ୍ଟ୍ରପତିଙ୍କ ଏପରି କହିବା ପରେ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟ ସମର୍ଥନ ଜଣାଇ ତାଳି ବାଡାଇ ଉତ୍ସାହୀତ କରିଥିଲେ ।

Related Articles

Leave a Reply

Your email address will not be published.

Back to top button