ବାଙ୍ଗିରିପୋଷି ଘାଟିରେ ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ: ୬ ମୃତ, ୧୦ ଗୁରୁତର

ଭୁବନେଶ୍ଵର: ବର୍ତ୍ତମାନ ବାରିପଦା ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରୁ ଏକ ବଡ ଖବର ଆସୁଛି। ଦ୍ଵାରଶୁଣି ଘାଟିରେ ଯାତ୍ରା ପାର୍ଟି ଟ୍ରକ ତଳକୁ ଖସି ଯାଇଥିବାର ସୂଚନା ରହିଛି। ଯେଉଁଥିରେ ୬ ଜଣଙ୍କର ମୃତ ହୋଇଥିବା ଆଶଙ୍କା କରାଯାଇଥିବା ବେଳେ ୧୦ ରୁ ଉର୍ଦ୍ଧ୍ଵ ଲୋକ ଗୁରୁତର ହୋଇଥିବା ସୂଚନା ରହିଛି। ୨ ଜଣ ଲୋକ ଟ୍ରକ ତଳେ ଚାପି ହୋଇ ରହିଥିବା ଜଣାପଡିଛି। ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି। ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ପ୍ରାଥମିକ ସୂଚନାରୁ ଟ୍ରକଟି ଧଉଳି ଗଣନାଟ୍ୟର ବୋଲି କୁହାଯାଉଥିବା ବେଳେ ଏହା ରାଇରଙ୍ଗପୁରରୁ ଜଳେଶ୍ଵର ଯାଉଥିବା ଜଣାପଡିଛି।

Related Articles

Leave a Reply

Your email address will not be published.

Back to top button