ହାଇଟେକ୍ ବିସ୍ଫୋରଣର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାର ହାଇଟେକ୍ ହସ୍ପିଟାଲରେ ଏସି ବିସ୍ଫୋରଣର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର ବିସ୍ତୃତ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ରାଜ୍ୟ ଶ୍ରମ କମିଶନରଙ୍କୁ ହାଇଟେକ୍ ଏସି ବିସ୍ଫୋରଣ ଓ ଟେକ୍ନିସିଆନଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ହସ୍ପିଟାଲରେ ଏସି ବିସ୍ଫୋରଣ ହେଲା, ଗୁରୁତର ଅବସ୍ଥାରେ ସେମାନଙ୍କୁ କିଭଳି ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା ଓ ମୃତକଙ୍କ ପରିବାରକୁ ଏ ସମ୍ପର୍କରେ ସଠିକ୍ ସୂଚନା ଦିଆଯାଇଛି କି ନାହିଁ ଏବଂ ଶ୍ରମ ଆଇନ ଅନୁସାରେ ଏହି ଶ୍ରମିକମାନଙ୍କୁ ନିଯୁକ୍ତି ମିଳିଥିଲା କି ନାହିଁ ସେସବୁର ବିସ୍ତୃତ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବେ ।ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୯ତାରିଖ ସନ୍ଧ୍ୟାରେ ହାଇଟେକ୍ ହସ୍ପିଟାଲ ପରିସରରେ ଏସି ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ହସ୍ପିଟାଲର ମାଲିକ ତିରୁପତି ପାଣିଗ୍ରାହୀଙ୍କ ଗିରଫ ସହ ହସ୍ପିଟାଲର ଲାଇସେନ୍ସ ରଦ୍ଦ ପାଇଁ ଦାବି ଜୋର ଧରିଛି ।

Related Articles

Leave a Reply

Your email address will not be published.

Back to top button