୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୋଟିଏ ଦିନରେ ୫୧ ହଜାର ନିଯୁ୍କ୍ତି । ରୋଜଗାର ମେଳା କାର୍ୟ୍ୟକ୍ରମରେ ୫୧ ହଜାର ୧୦୬ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ବିଭିନ୍ନ ସ୍ଥାନରେ ନୂତନ କରି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସରେ ନିଯୁକ୍ତି ପାଇଥିବା ଯବାନଙ୍କୁ ଅଷ୍ଟମ ପର୍ୟ୍ୟାୟ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଦବୋଧନ ଦେଇଛନ୍ତି । ରୋଜଗାର ମେଳାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,”ଗତ କିଛି ବର୍ଷ ହେବ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ନିଯୁକ୍ତି ପ୍ରକ୍ରିୟାରେ ଅନେକ ବଡ ପରିବର୍ତ୍ତନ ହୋଇଛି । ଆବେଦନଠୁ ନେଇ ଚୟନ ପ୍ରକ୍ରିୟା ଶୀଘ୍ର ହୋଇଛି । ସଶସ୍ତ୍ର ବଳରେ ନିଯୁକ୍ତି ପାଇଁ ମାତୃ ଭାଷାରେ ପରୀକ୍ଷା ହେଉଛି ଫଳରେ ମାତୃଭାଷାର ଗୁରୁତ୍ବ ବଢିଛି ଏହା ଯୁବଗୋଷ୍ଠୀଙ୍କ ମଧ୍ୟରେ ରୋଜଗାର ପାଇବାର ରାସ୍ତା ସୃଷ୍ଟି କରିଛି । ନୂଆ ସୁଯୋଗ ସୃଷ୍ଟି କରିଛି । ଏଥର ଏହି ରୋଜଗାର ମେଳା ଏପରି ଏକ ସମୟରେ ଆୟୋଜନ ହୋଇଛି ଯେବେ ଦେଶ ଗର୍ବ ଓ ଆତ୍ମବିଶ୍ବାସରେ ଭରି ରହିଛି । ଚନ୍ଦ୍ରଯାନ-୩ର ପ୍ରଜ୍ଞାନ ଲଗାତାର ଚନ୍ଦ୍ରର ଫଟୋ ପଠାଉଛି । ଯେ କୌଣସି ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବାକୁ ହେଲେ ଦେଶକୁ ପ୍ରତି ସେକ୍ଟରରେ ବିକାଶ ଆଣିବାକୁ ହେବ । ଫୁଲଠୁ ନେଇ ଫାର୍ମା ଯାଏଁ ସ୍ପେସ୍ରୁ ସାର୍ଟ୍ଅପ୍ ଯାଏ ସବୁ ସେକ୍ଟରରେ ଭାରତ ଆଗକୁ ବଢ଼ିବ ସେବେ ଅର୍ଥବ୍ୟବସ୍ଥା ବି ଆଗକୁ ବଢିବ ।”

Related Articles

Leave a Reply

Your email address will not be published.

Back to top button