ଅଗଷ୍ଟ ୧ରେ ନିଟ୍

ନୂଆଦିଲ୍ଲୀ : ନାସନାଲ ଟେଷ୍ଟିଂ ଏଜେନ୍ସିଂ(ଏନଟିଏ) ଦ୍ୱାରା ପରିଚାଳିତ ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା (ନିଟ୍) ଆସନ୍ତା ଅଗଷ୍ଟ ୧ରେ ଅନୁଷ୍ଠିତ ହେବ । ଏନଟିଏ ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରାଯାଇଛି ।

ଏଥିସହିତ ପ୍ରଚଳିତ ଧାରାରେ ଅର୍ଥାତ ଅଫ ଲାଇନରେ ଓ କାଗଜ କଲମରେ ହିଁ ପରୀକ୍ଷା କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ପ୍ରଚଳିତ ପରୀକ୍ଷା ଫର୍ମାଟରେ ଚଳିତ ବର୍ଷ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଏଥିରେ କୁହାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଇଞ୍ଜିନିୟରିଂ ନାମଲେଖା ପାଇଁ ଉଦ୍ଧିଷ୍ଟ ଜେଇଇଶୈଳୀରେ ଚଳିତ ବର୍ଷ ଠାରୁ ଅନଲାଇନରେ ଓ ଦୁଇଥର ପରୀକ୍ଷା ଆୟୋଜନ ପାଇଁ ଯେଉଁ ପ୍ରୟାସ କରାଯାଇଥିଲା ତାହାକୁ ସ୍ଥଗିତ ରଖାଯାଇଛି ।

Related Articles

Leave a Reply

Your email address will not be published.

Back to top button