ମୁସଲିମ୍ ୱାର୍ଲଡ୍‌ ଲିଗର ମହାସଚିବଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲିମ୍ ୱାର୍ଲଡ୍‌ ଲିଗର ମହାସଚିବ ଶେଖ୍‌ ଡ. ମହମ୍ମଦ ବିନ୍ ଅବଦୁଲ୍ କରିମ୍ ଅଲ୍‌-ଇସା ଙ୍କ ସହିତ ଆନ୍ତଃ-ଧାର୍ମିକ ଆଲୋଚନା, ଉଗ୍ରପନ୍ଥୀ ବିଚାରର ବିରୋଧ, ବିଶ୍ବ ଶାନ୍ତିର ପ୍ରୋତ୍ସାହନ ତଥା ଭାରତ ଓ ସାଉଦୀ ଆରବ ମଧ୍ୟରେ ସହଭାଗୀତାକୁ ଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ମହାମହିମ ଶେଖ୍‌ ଡା. ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ-ଇସା ଙ୍କ ଦ୍ବାରା ବୈଠକ ବିଷୟରେ କରାଯାଇଥିବା ଟ୍ବିଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ, ‘‘ମୁସଲିମ୍ ବୋର୍ଡ଼ ଲିଗ ର ମହାସଚିବ ଏବଂ ମୁସଲିମ ବିଦ୍ବାନଙ୍କ ସଙ୍ଗଠନର ଅଧ୍ୟକ୍ଷ ମହାମହିମ ଶେଖ୍‌ ଡା. ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ-ଇସା ଙ୍କ ସହିତ ସାକ୍ଷାତ କରି ବହୁତ ପ୍ରସନ୍ନତା ହୋଇଛି। ଆମେ ଆନ୍ତଃ-ଧାର୍ମିକ ଆଲୋଚନା, ଉଗ୍ରପନ୍ଥୀ ବିଚାରର ବିରୋଧ, ବିଶ୍ବ ଶାନ୍ତିକୁ ପ୍ରୋତ୍ସାହନ ତଥା ଭାରତ ଏବଂ ସାଉଦୀ ଆରବ ମଧ୍ୟରେ ସହଭାଗୀତାକୁ ଦୃଢ଼ କରିବା ଉପରେ ବିଚାର ଉପରେ ବ୍ୟାପକ ଆଦାନ ପ୍ରଦାନ କରିଛୁ।’’

Related Articles

Leave a Reply

Your email address will not be published. Required fields are marked *

Back to top button