ବାହୁଡ଼ା ଯାତ୍ରା: ଆରମ୍ଭ ହେଲା ପହଣ୍ଡି ବିଜେ, ଅପରାହ୍ନରେ ଶ୍ରୀମନ୍ଦିର ବାହୁଡ଼ିବେ ମହାପ୍ରଭୁ

ଭୁବନେଶ୍ବର: ନଅ ଦିନର ଯାତ୍ରା ଶେଷ କରି ଆଜି ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ଆଜି ସକାଳୁ ଆରମ୍ଭ ହୋଇଯାଇଛି ବାହୁଡ଼ା ଯାତ୍ରାର ସମସ୍ତ ନୀତିକାନ୍ତି। ପୂର୍ବାହ୍ନ ୧୧ଟାରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି। ପ୍ରଥମେ ପ୍ରଭୁ ସୁଦର୍ଶନଙ୍କୁ ସେବକମାନେ ତିନି ରଥ ଚାରିପାଖରେ ବୁଲାଇ ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରାଇଥିଲେ। ଘଣ୍ଟ, ହରିବୋଲ ଓ ହୁଳହୁଳି ଶବ୍ଦରେ ଫାଟିପଡ଼ୁଛି ଗୁଣ୍ଡିଚା ମନ୍ଦିର ପରିସର। ଏହାପରେ ପ୍ରାୟ ୧୧ଟା ୩୦ରେ ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି ବିଜେ ହୋଇଥିଲା। ସେବକମାନେ ଧୀରେ ଧୀରେ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡି କରାଇ ତାଳଧ୍ୱଜ ରଥରେ ବିଜେ କରାଇଛନ୍ତି। ପରେ ପରେ ମା’ ସୁଭଦ୍ରାଙ୍କୁ ମଧ୍ୟ ଦେବଦଳନ ରଥକୁ ବିଜେ କରାଯାଇଛି। ଶେଷରେ କାଳିଆ ସାଆନ୍ତ, ମହାପ୍ରଭୁ ଜଗନ୍ନାଥ ରଥକୁ ବିଜେ କରିବେ। ତିନିଠାକୁର ରଥାରୂଢ଼ ହେବା ପରେ ଅପରାହ୍ନରେ ଛେରା ପହଁରା ନୀତି ସମ୍ପନ୍ନ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button