ପ୍ରାକ୍-ସଂଶୋଧିତ ବେତନ ସ୍କେଲରେ ଥିବା କର୍ମଚାରୀଙ୍କ ଡିଏ ୫% ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରାକ୍-ସଂଶୋଧିତ ବେତନ ସ୍କେଲରେ ଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ)ରେ ୫ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏହାଫଳରେ ମହଙ୍ଗା ଭତ୍ତା ହାର ୨୫୭ ପ୍ରତିଶତରୁ ବୃଦ୍ଧି ପାଇ ୨୬୨ ପ୍ରତିଶତରେ ପହଞ୍ଚିଛି। ଏହି ବୃଦ୍ଧି ୨୦୨୬ ଜାନୁଆରୀ ୧ ତାରିଖରୁ ପିଚ୍ଛାଫଳ ଭାବେ କାର୍ଯ୍ୟକାରୀ ହେବ। ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ମିଶ୍ରଙ୍କ ପକ୍ଷରୁ ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥ ବିଭାଗର ଆଦେଶ ଅନୁଯାୟୀ, ବର୍ଦ୍ଧିତ ଡିଏ କେବଳ ମୂଳ ବେତନ ଓ ଗ୍ରେଡ୍ ପେ’  ଉପରେ ଗଣନା କରାଯିବ। ଏହି ବର୍ଦ୍ଧିତ ସୁବିଧା ରାଜ୍ୟ ସରକାରୀ କର୍ମଚାରୀଙ୍କ ସମେତ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ, ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ବେତନପ୍ରାପ୍ତ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ୟୁଜିସି  ଓ ଏଆଇସିଟିଇ ବେତନ ସ୍କେଲରେ ଥିବା କଲେଜ ଓ ମେଡିକାଲ କଲେଜ ଶିକ୍ଷକ, ଅଧସ୍ଥନ ନ୍ୟାୟିକ ଅଧିକାରୀ, ୱାର୍କଚାର୍ଜଡ୍ କର୍ମଚାରୀ ଏବଂ କନ୍ସୋଲିଡେସନ୍ ଓ ସେଟଲମେଣ୍ଟ ସଂଗଠନର ନିୟମିତ ବେତନ ସ୍କେଲରେ ଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button