ଆଧାରକାର୍ଡ ଡାଟା ଯୋଗୁଁ ମିଳିଲା ଟ୍ରେନ ଦୁର୍ଘଟଣା ମୃତକଙ୍କ ପରିଚୟ

ଭୁବନେଶ୍ବର: ବାଲେଶ୍ବର ବାହନଗା ଟ୍ରେନ ଦୁର୍ଘଟଣା ସାରା ବିଶ୍ବକୁ ସ୍ତମ୍ଭିଭୂତ କରିଛି। ତେବେ ଏହି ଦୁର୍ଘଟଣା ପରେ ମୃତକଙ୍କ ପରିଚୟକୁ ନେଇ ବର୍ତ୍ତମାନ ଆହୁରି ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି। ହେଲେ ଏହି ଚିହ୍ନଟ ପକ୍ରିୟାକୁ ବେଶ୍ ସରଳ କରିପାରିଛି ଆଧାର ସଂଯୋଗ ଡାଟା। ମୃତକଙ୍କ ଆଙ୍ଗୁଠି ଛାପ ହିଁ ତାଙ୍କର ପରିଚୟକୁ ସମାନାକୁ ଆଣିଛି। ସମସ୍ତ ମୃତକଙ୍କ ଆଙ୍ଗୁଠି ଛାପ ନେଇ ଆଧାର ଲିଙ୍କ ସଂଯୋଗ ସହିତ ମେଳ କରାଯିବା ପରେ ସେଥିରୁ ୪୪ ଜଣଙ୍କର ପରିଚୟ ହାସଲ କରିବାରେ ସକ୍ଷମ ହୋଇଛି ପ୍ରଶାସନ। ଯେତେବେଳେ ଆଧାର କାର୍ଡ କରାଯାଏ ସେତେବେଳେ ସମସ୍ତଙ୍କ ଆଙ୍ଗୁଠି ଛାପ ସହିତ ଆଖିର ଡାଟା ନିଆଯାଇ ସଂରକ୍ଷିତ ରଖାଯାଇଥାଏ। ସେହି ଆଧାରରେ ମୃତକଙ୍କ ଆଙ୍ଗୁଠି ଛାପ ନିଆଯାଇ ଆଧାର ଡାଟା ସହିତ ମେଳକ କରିବା ପରେ ୪୪ ଜଣଙ୍କର ସଂପୂର୍ଣ୍ଣ ପରିଚୟ ମିଳିପାରିଛି।

Related Articles

Leave a Reply

Your email address will not be published.

Back to top button