ଝାରସୁଗୁଡାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସଙ୍କ ଶପଥ ଗ୍ରହଣ

ଭୁବନେଶ୍ଵର: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଦିବଙ୍ଗତ ବିଜେଡ଼ି ନେତା ନବ ଦାସଙ୍କ ଝିଅଦୀପାଳି ଦାସ ଆଜିଠୁ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଆଜି ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି। ଦୀପାଳିଙ୍କୁ ଉପବାଚସ୍ପତି ରଜନୀକାନ୍ତ ସିଂ ଶପଥପାଠ କରାଇଛନ୍ତି। ଶପଥ ନେବା ପରେ ଦୀପାଳି କହିଛନ୍ତି ଯେ, “ଝାରସୁଗୁଡାବାସୀଙ୍କ ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି ଦେଇଛନ୍ତି। ଦଳ ପ୍ରତି ଆନୁଗତ୍ୟ ରଖି କାମ କରିବି ବୋଲି ସେ ଆଜି ଶପଥ ନେଇଥିବା କହିଛନ୍ତି। ବାପାଙ୍କ ନୀତି ଓ ଆଦର୍ଶ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ କାମ କରବି। ଝାରସୁଗୁଡାର ବିକାଶ ପାଇଁ ତାଙ୍କ ବାପାଙ୍କର ଯେଉଁ ସ୍ୱପ୍ନ ଥିଲା ତାହାକୁ ପୂରଣ କରିବି।” ଉଲ୍ଲେଖ ଥାଉ କି ଶପଥ ନେବା ପାଇଁ ଦୀପାଳି ଦିନ ୧୦ଟା ୩୦ରେ ବିଧାନସଭାରେ ପହଂଚିଥିଲେ। ତାଙ୍କ ସାଥିରେ ଭାଇ, ଭାଉଜ ଓ ମା’ ମଧ୍ୟ ବିଧାନସଭାରେ ପହଞ୍ଚିଥିଲେ।

Related Articles

Leave a Reply

Your email address will not be published.

Back to top button