ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଢିଙ୍କିଆ ବିସ୍ଥାପିତଙ୍କ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଛି। ଢିଙ୍କିଆ ବିସ୍ଥାପିତଙ୍କ ହକ ପାଇଁ ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ‘ରଣହୁଙ୍କାର ପଦଯାତ୍ରା’ ଆଜି ଭୁବନେଶ୍ୱରରେ ପହଞ୍ଚିଥିଲା। ଏହା ପରେ କଂଗ୍ରେସ କର୍ମୀମାନେ ଗାନ୍ଧୀ ମାର୍ଗରେ ଏକଜୁଟ ହୋଇ ବିକ୍ଷୋଭ କରିଥିଲେ। ଆନ୍ଦୋଳନକାରୀମାନେ ସୁରକ୍ଷା ବଳୟ ଭାଙ୍ଗି ବିଧାନସଭା ଆଡ଼କୁ ଅଗ୍ରସର ହେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଉଭୟ ପକ୍ଷ ମଧ୍ୟରେ ଖଣ୍ଡଯୁଦ୍ଧ ସଦୃଶ ସ୍ଥିତି ଉପୁଜିଥିଲା। ପୋଲିସ ଓ କର୍ମୀଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଧସ୍ତାଧସ୍ତି ଜାରି ରହିଥିଲା, ଯାହାଫଳରେ ଗାନ୍ଧୀ ମାର୍ଗରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button