ଘୋଷଣା ହେଲା ‘ମିସ୍ ୟୁନିଭର୍ସ ୨୦୨୨’

ନୂଆଦିଲ୍ଲୀ: ମିସ୍ ୟୁନିଭର୍ସ ୨୦୨୨ ଘୋଷଣା ହୋଇଯାଇଛି। ଆମେରିକାର ଆର୍ ବୋନୀ ଗେବ୍ରିଏଲ୍ ‘ମିସ୍ ୟୁନିଭର୍ସ ୨୦୨୨’ ମୁକୁଟ ପିନ୍ଧିଛନ୍ତି। ବିଶ୍ୱରୁ ୮୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ଗେବ୍ରିଏଲ୍ ଏହି ମୁକୁଟ ହାତେଇଛନ୍ତି। ମିସ୍ ୟୁନିଭର୍ସ ୨୦୨୧ ହରନାଜ ସନ୍ଧୁ ଗେବ୍ରିଏଲଙ୍କୁ ବିଜେତା ମୁକୁଟ ପିନ୍ଧାଇଛନ୍ତି। ଆମେରିକା ଲୁଇସିଆନା ରାଜ୍ୟର ନିୟୁ ଅର୍ଲିଆନ୍ସ ସହରରେ ଅନୁଷ୍ଠିତ ଏହି ସୁନ୍ଦରୀ ପ୍ରତିଯୋଗିତାର ୭୧ତମ ସଂସ୍କରଣରେ ଭେନେଜୁଏଲାର ଅମାଣ୍ଡା ଡୁଡାମେଲ୍ ପ୍ରଥମ ଓ ଡୋମିନିକନ୍ ରିପବ୍ଳିକ୍ର ଏଣ୍ଡରିନା ମାର୍ଟିନେଜ୍ ଦ୍ବିତୀୟ ରନର୍ ଅପ୍ ହୋଇଛନ୍ତି। ଭାରତର ଦିବିତା ରାୟ ସେମିଫାଇନାଲ ପର୍ୟ୍ୟନ୍ତ ପହଞ୍ଚି ପ୍ରତିଯୋଗୀତାରୁ ବାହାରି ଯାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଜାତୀୟ ପୋଷାକ ରାଉଣ୍ଡରେ ସେ ସୁନା ଚଢେଇ ସାଜି ସଭିଙ୍କ ଧ୍ୟାନ ଆକର୍ଷଣ କରିଥିଲେ।