୨୦୨୫-୨୬ରେ ୧,୧୬,୪୭୦ କୋଟିରେ ପହଞ୍ଚିଲା ରେଳ ନିରାପତ୍ତା ବଜେଟ

ନୂଆଦିଲ୍ଲୀ: ରେଳ ଚଳାଚଳ କ୍ଷେତ୍ରରେ ନିରାପତ୍ତା ବୃଦ୍ଧି ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହାର ଫଳସ୍ବରୂପ  ୨୦୧୪-୧୫ରେ ରେଳ ଦୁର୍ଘଟଣା ସଂଖ୍ୟା ୧୩୫ ଥିବାବେଳେ ୨୦୨୪-୨୫ ସୁଦ୍ଧା ଏହା ୩୧କୁ ହ୍ରାସ ପାଇଛି। ସେହିପରି ୨୦୦୪-୧୪ ମଧ୍ୟରେ ମୋଟ ୧୭୧୧ଟି ରେଳ ଦୁର୍ଘଟଣା ହୋଇଥିଲା ଅର୍ଥାତ ବାର୍ଷିକ ହାରାହାରି ୧୭୧ଟି ଦୁର୍ଘଟଣା ହୋଇଥିଲା। ଏହା ୨୦୨୪-୨୫ ସୁଦ୍ଧା ଏହା ୩୧କୁ ଓ ୨୦୨୫-୨୬ରେ ନଭେମ୍ବର ସୁଦ୍ଧା ମାତ୍ର ୧୧କୁ ହ୍ରାସ ପାଇଛି। ଭାରତୀୟ ରେଳବାଇରେ ସୁରକ୍ଷା ଓ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ରେଳ ପ୍ରଶାସନ ଦ୍ବାରା ଯେକୌଣସି ଅସ୍ବାଭାବିକ ଘଟଣାର ପୁଂଖାନୁପୁଂଖ  ତଦନ୍ତ କରାଯାଉଛି। କୌଣସି ତ୍ରୁଟିର ବୈଷୟିକ କାରଣ ବ୍ୟତୀତ ଅନ୍ୟ କାରଣ ସଂଦେହ କରାଗଲେ ରାଜ୍ୟ ପୁଲିସର ସହାୟତା ନିଆଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button