ଶପଥ ନେଲେ ମୋହନ ଯାଦବ

ନୂଆଦିଲ୍ଲୀ:  ଆଜିଠୁ ମଧ୍ୟପ୍ରଦେଶରେ ଆରମ୍ଭ ହୋଇଛି ନୂଆ ସରକାର। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଯାଦବ। ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଶପଥ ସମାରୋହରେ ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ମୋହନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ସାମିଲ ହୋଇଛନ୍ତି। ଅପରାହ୍ନରେ ଛତିଶଗଡ଼ରେ ଗଠନ ହେବ ନୂଆ ସରକାର। ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଷ୍ଣୁଦେବ ସାଏ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ମଧ୍ୟପ୍ରଦେଶର ବାଚସ୍ପତି ଦାୟିତ୍ବ ମିଳିଛି । ଆଜିର ଶପଥ ଗ୍ରହଣ ଉତ୍ସବକୁ ନେଇ ରାଜ୍ୟ ବିଜେପି ସଭାପତି ଭିଡି ଶର୍ମା କହିଛନ୍ତି, ଆମର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ତାଙ୍କର କ୍ୟାବିନେଟ ଆଜି ଶପଥ ପାଠ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଗୃହମନ୍ତ୍ରୀ ଶାହା, ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button