ଦିଲ୍ଲୀରେ ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହେବ ହାଇପ୍ରୋଫାଇଲ୍ ବୈଠକ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ୧୮ତମ ‘ବ୍ରିକ୍ସ’  ଶିଖର ସମ୍ମିଳନୀ। ଏଥିରେ ଯୋଗଦେବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନୂଆଦିଲ୍ଲୀରେ ପହଞ୍ଚିସାରିଛନ୍ତି। ଦିଲ୍ଲୀ ପାଲମ ବିମାନବନ୍ଦରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ତାଙ୍କୁ ଉଷ୍ମ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଚଳିତ ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବା ବେଳେ ଏହି ଦୁଇଦିନିଆ ସମ୍ମିଳନୀରେ ବ୍ରାଜିଲ, ଚୀନ, ରୁଷ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦିଆରବ ଓ ୟୁଏଇ ଭଳି ୧୧ଟି ଦେଶର ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି ସାମିଲ ହେଉଛନ୍ତି। ଏଥିପାଇଁ ରାଜଧାନୀ ନୂଆଦିଲ୍ଲୀରେ ନିରାପତ୍ତା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ସମ୍ମିଳନୀ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ପୁଟିନ୍‌ଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଏଥିରେ ପ୍ରତିରକ୍ଷା, ଦ୍ୱିପାକ୍ଷିକ ବାଣିଜ୍ୟ, ଶକ୍ତି କ୍ଷେତ୍ର ଓ ଆର୍ଥିକ ସହଯୋଗ ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଗତ ୨୦୨୫ ଡିସେମ୍ବର ୫ ଗସ୍ତ ପରେ, ପ୍ରାୟ ୯ ମାସ ବ୍ୟବଧାନରେ ଏହା ପୁଟିନ୍‌ଙ୍କ ଦ୍ୱିତୀୟ ଭାରତ ଗସ୍ତ।

Related Articles

Leave a Reply

Your email address will not be published. Required fields are marked *

Back to top button