ବିହାର ବିଜେପି ରାଜ୍ୟ ସଭାପତିଙ୍କ ଗୃହ ରକ୍ଷୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ବିହାର ବିଜେପି ରାଜ୍ୟ ସଭାପତି ଦିଲୀପ ଜୟସ୍ଵାଲଙ୍କ ଗୃହ ରକ୍ଷୀ ଆଶୁତୋଷ ମିଶ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି। ଲାଇସେନ୍ସପ୍ରାପ୍ତ ଅସ୍ତ୍ରରେ ସେ ନିଜକୁ ଗୁଳି କରିଛନ୍ତି। ରକ୍ଷୀ ଏତେ ବଡ ପଦକ୍ଷେପ ନେଇଥିବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏ ବାବଦରେ ପୋଲିସ ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ। ତେବେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।