ଜେପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ସାଙ୍ଗଠନିକ ବିଷୟ ଉପରେ ଆଲୋଚନା

ଭୁବନେଶ୍ୱର : ନୂଆଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେପି ନଡ୍ଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଉଭୟଙ୍କ ମଧ୍ୟରେ ବିଭିନ୍ନ ସାଂଗଠନିକ ବିଷୟ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହାସହିତ ରାଜନୈତିକ ସ୍ଥିତି ଓ ଭବିଷ୍ୟତରେ କାର୍ଯ୍ୟପନ୍ଥା ଉପରେ ବିସ୍ତୁତ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ଆଗାମୀ ନୂଆପଡ଼ା ଉପନିର୍ବାଚନକୁ ନେଇ କିଛି ରଣନୀତି ପ୍ରସ୍ତୁତ ହେବା ଆଶଙ୍କା କରାଯାଉଛି । ତେବେ ପୂର୍ବରୁ ମନମୋହନ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବର୍ତ୍ତମାନ ହେବ ନାହିଁ କହିସାରିଛନ୍ତି । ନୂଆପଡ଼ା ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଉକ୍ତ ଆସନ ଖାଲି ରହିଛି । ଖୁବ ଶୀଘ୍ର ନିର୍ବାଚନ କମିଶନ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି । ଏହା ପୂର୍ବରୁ ତିନି ଦଳ ଆସନକୁ ହାତେଇବାକୁ କସରତ ଆରମ୍ଭ କରିଦେଲେଣି ।