ଥରିଲା ଦିଲ୍ଲୀ-ଏନସିଆର, ରିକ୍ଟର ସ୍କେଲରେ ୩.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି। ଅପରାହ୍ନ ୪.୦୮ ରେ ଏହି କମ୍ପନ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଫରିଦାବାଦରେ ଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ରେ ମାପ କରାଯାଇଛି। ଯେତେବେଳେ ଭୂମିକମ୍ପ ଅନୁଭୂତ ହେଲା, ଲୋକମାନେ ସେମାନଙ୍କ ଘରେ ଥିଲେ ଏବଂ ତୁରନ୍ତ ବାହାରକୁ ଚାଲିଆସିଥିଲେ। ୨ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାପୂର୍ବରୁ ଅକ୍ଟୋବର ୩ ତାରିଖରେ ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button