ଜନଗଣନା ପାଇଁ ଯାଇ ଶିକ୍ଷୟିତ୍ରୀ ନିଖୋଜ: ୩ ଦିନ ହେଲା ମିଳୁନି ପତ୍ତା

ଭୁବନେଶ୍ବର: ଜନଗଣନା କାର୍ଯ୍ୟରେ ଯାଇ ଜଣେ ଶିକ୍ଷୟିତ୍ରୀ ନିଖୋଜ ହୋଇଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗତ ୧୮ ତାରିଖ ଠାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ। ନିଖୋଜ ଶିକ୍ଷୟିତ୍ରୀ ଜଣକ ପୁରୀ ଜିଲ୍ଲା କଣାସ ବ୍ଲକ ଅଞ୍ଚଳର ଏବଂ ସେ ବାରିପଦା ସଦର ଥାନା ଅନ୍ତର୍ଗତ ଢେଙ୍କିନେଞ୍ଜିଆ ସରକାରୀ ୟୁପି ସ୍କୁଲରେ ମାତ୍ର ୬ ମାସ ତଳେ ନୂତନ ଭାବେ ନିଯୁକ୍ତି ପାଇଥିଲେ। ଗତ ଶନିବାର ସକାଳେ ସେ ଢେଙ୍କିନେଞ୍ଜିଆ ଗାଁକୁ ଜନଗଣନା କାର୍ଯ୍ୟ ପାଇଁ ବାହାରିଥିଲେ, ମାତ୍ର ସେଠାରୁ ଆଉ ଫେରିନଥିଲେ। ଶିକ୍ଷୟିତ୍ରୀଙ୍କ ଭାଇ ଏବଂ ତାଙ୍କ ଭଡ଼ାଘର ମାଲିକ ଏ ନେଇ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ନିଖୋଜ ଶିକ୍ଷୟିତ୍ରୀଙ୍କ ମୋବାଇଲ୍ ଫୋନ୍ ବର୍ତ୍ତମାନ ବନ୍ଦ ରହିଛି। ପୋଲିସ ମୋବାଇଲ୍ ଟ୍ରାକିଂ କରିବା ସହ ତାଙ୍କ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଘରେ ଖୋଜାଖୋଜି ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button