ମେଲାଣି ନେଲେ ମା’: ୫୦ରୁ ଊର୍ଦ୍ଧ୍ୱ ମେଢ଼ ବିସର୍ଜିତ

ଭୁବନେଶ୍ବର: କଳା, ସାହିତ୍ୟ, ସଂସ୍କୃତି ତଥା ଐତିିହ୍ୟ ସମ୍ପନ୍ନ ସହର କଟକର ପ୍ରସିଦ୍ଧ ଶାରଦୀୟ ପୂଜା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଗତକାଲି ରାତିରେ ଅର୍ଥାତ୍ ଦଶମୀ ତିଥିରେ ବଙ୍ଗୀୟ ରୀତିନୀତି ଅନୁଯାୟୀ ୧୩ଟି ମୂର୍ତ୍ତି ବିସର୍ଜିତ ହୋଇଥିଲା ବେଳେ ଶୁକ୍ରବାର ବିଳମ୍ବିତ ରାତି ସୁଦ୍ଧା ଦେବୀଗଡ଼ାରେ ୫୦ରୁ ଊର୍ଦ୍ଧ୍ୱ ମେଢ଼ ବିସର୍ଜନ କରାଯାଇଛି। ଏନେଇ ସକାଳୁ ସକାଳୁ କଟକ ସହରର ପ୍ରତ୍ୟେକ ପୂଜା କମିଟି ମଣ୍ଡପରୁ ହରପାର୍ବତୀ ଓ ମା’ ଦୁର୍ଗାଙ୍କର ମୃଣ୍ମୟ ମୂର୍ତ୍ତିଙ୍କୁ ବାହାରକୁ ଅଣାଯାଇ ସାହି ପରିକ୍ରମା କରିବା ପରେ ବିରାଟ ପଟୁଆର୍ରେ ଦେବୀଗଡ଼ା ଅଭିମୁଖେ ଯାତ୍ରା କରି ମା’ଙ୍କୁ ବିଦାୟ ଦେଇଥିଲେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ। ସୂଚନାଯୋଗ୍ୟ, ଭସାଣ ଉତ୍ôସବ ହେଉଛି କଟକିଆଙ୍କ ଗଣପର୍ବ। ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ରୋଶଣୀ ଦେଖିବା କିମ୍ବା ଏଥିରେ ସାମିଲ ହୋଇଥିଲେ। ପ୍ରତ୍ୟେକ ମେଢ଼ ସହିତ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ଶାନ୍ତି ଶୃଙ୍ଖଳାର ସହ ଭସାଣିକୁ ସମାପନ କରିବା ଲାଗି ଜିଲା ପ୍ରଶାସନ, କମିଶନରେଟ୍ ପୁଲିସ ଓ କଟକ ନଗର ପୂଜା କମିଟି ପକ୍ଷରୁ ସମସ୍ତ ବ୍ୟବସା୍ଥ ଗ୍ରହଣ କରାଯାଇଥିଲା। ଚଳିତ ବର୍ଷ କଟକ ମହାନଗର ଅଞ୍ଚଳରେ ଥିବା ୧୭୬ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା ଶାରଦୀୟ ପୂଜା। ପ୍ରାୟ ଶହେଟି ମଣ୍ଡପରେ ଜଗତ ଜନନୀମା’ ଦୂର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଥିଲା ବେଳେ ଅନ୍ୟ ସ୍ଥାନରେ ହରପାର୍ବତୀ, ପିତୁଳା, ଶ୍ରୀକୃଷ୍ଣ, କୁଞ୍ଜ ଓ ଶ୍ରୀଚୈତନ୍ୟ ମଣ୍ଡପରେ ଶୋଭା ପାଇଥିଲେ। ଗତବର୍ଷ କଟକରେ ୩୪ଟି ଚାନ୍ଦିମେଢ଼ ଥିଲା ବେଳେ ଏହି ତାଲିକାରେ ଗୋପାଳଜିଉ ଲେନ୍ ମଠସାହି ଓ ଯୋବ୍ରା ଯୋଡ଼ି ହୋଇଯାଇଛି। ଫଳରେ ରୌପ୍ୟନଗରୀ କଟକରେ ଚାନ୍ଦିମେଢ଼ ସଂଖ୍ୟା ୩୬ରେ ପହଞ୍ôଚିଛି। ନୂତନ ଚାନ୍ଦି ମେଢ଼କୁ ଦେଖିବା ଲାଗି ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଚାନ୍ଦିମେଢ଼ଗୁଡ଼ିକୁ ଭସାଣରେ ସ୍ୱତନ୍ତ୍ର ଭାବେ ପୁଲିସ ପକ୍ଷରୁ ସୁରକ୍ଷା ପ୍ରଦାନ କରାଯାଇଛି। ଏଥର ମାଲଗୋଦାମ, ଖାନନଗର, ନୂଆପଡ଼ା ପୂଜା କମିଟି ପକ୍ଷରୁ ନିର୍ମିତ ହେଉଥିବା ସୁଉଚ୍ଚ ତୋରଣ ପୂଜାର ମାହୋଲକୁ ଆହୁରି ଉତ୍ସବ ମୁଖରିତ କରିଥିଲା। ଚଳିତବର୍ଷର ଦୁର୍ଗା ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଦୁର୍ଗାପୂଜା ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ପୁଲିସର ଫ୍ଲାଗ୍ମାର୍ଚ୍ଚ ସୂଚାଇ ଦେଇଥିଲା ସୁରକ୍ଷା ବ୍ୟବସ୍ଥା କିପରି ଗ୍ରହଣ କରାଯାଇଛି। ପାର୍ବଣ ସମୟରେ ସହରରେ ୧୦୦ ପ୍ଲାଟୁନ ପୁଲିସ ଫୋର୍ସ ସହିତ ୬୦୦ ଅଧିକାରୀ ଡ୍ୟୁଟିରେ ରହିଛନ୍ତି। ଏଥିସହିତ ସ୍ଥାନୀୟ ପୁଲିସ କର୍ମଚାରୀଙ୍କ ସମେତ କେନ୍ଦ୍ରୀୟ ରିର୍ଜଭ ପୁଲିସ୍ ଫୋର୍ସ (ସିଆର୍ପିଏଫ୍)ର ଦୁଇଟି କମ୍ପାନୀ ପ୍ରମୁଖ ସ୍ଥାନରେ ମୁତୟନ ହୋଇଥିଲେ। ଅଷ୍ଟମୀ ଦିନ ସେତେ ଭିଡ଼ ପରିଲକ୍ଷିତ ହୋଇନଥିଲେ ମଧ୍ୟ ବର୍ଷା ସତ୍ତ୍ୱେ ନବମୀ ସନ୍ଧ୍ୟାରେ ବଜାରରରେ ଖଚାଖଚ୍ ଭିଡ ଅନୁଭୂତ ହୋଇଥଲା। ଦଶମୀ ସନ୍ଧ୍ୟାରେ ଅସରାଏ ଅସରାଏ ବର୍ଷା ପୂଜାକୁ ସାମାନ୍ୟ ଫିକା କରିଦେଇଥିଲା। ବିଭିନ୍ନ ସ୍ଥାନରେ ହୋଇଥିବା ମେଲୋଡି କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁମାନେ ବେଶ୍ ମନଭରି ଉପଭୋଗ କରିଛନ୍ତି। ନବମୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଶମୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କଟକର ପୁଜା ମଣ୍ଡପଗୁଡ଼ିକୁ ପରିଦର୍ଶନ କରିଥିଲେ। ତେବେ ଭସାଣିକୁ ଲଘୁଚାପ ବର୍ଷା ଭିଜାଇ ଦେବ ବୋଲି ପାଣିପାଗ ଆକଳନକୁ ନେଇ ଭୟରେ ପୂଜାକମିଟି ଗୁଡ଼ିକ ଗତକାଲି ରାତିରୁ ଭସାଣ ପ୍ରସ୍ତୁତି କରି ପାରିନଥିଲେ। ତେବେ ସକାଳୁ ପାଗକୁ ଦେଖି ପ୍ରସ୍ତୁତି କରିଥିôବାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଶୋଭାଯାତ୍ରା ଜୋର୍ ଧରିନଥିଲା। ତେବେ ପାଞ୍ଚଦିନ ବ୍ୟାପୀ କଟକର ଦଶହରା ଶାନ୍ତିଶୃଙ୍କଳାର ସହ ଶେଷ ହୋଇଛି। ପ୍ରତିକୁଳ ପାଗ ଯୋଗୁ ଦଶହରାର ଉତ୍ସାହରେ ସାମାନ୍ୟ ଭଟ୍ଟା ପରିଲକ୍ଷିତ ହୋଇଥିଲା। ଶେଷରେ ଆଜି ମା’ଙ୍କୁ କଟକବାସୀ ମେଲାଣି ଦେଇଛନ୍ତି।