ଏସଆଇ ସ୍କାମ୍: ଦିଲ୍ଲୀରୁ ଆସିଲା ସିବିଆଇ ଟେକ୍ନିକାଲ୍ ଟିମ୍

ଭୁବନେଶ୍ୱର: ପୋଲିସ ଏସଆଇ ସ୍କାମ୍ ଘଟଣାରେ ଦିଲ୍ଲୀରୁ ଆସିଲା ସିବିଆଇ ଟେକ୍ନିକାଲ୍ ଟିମ୍ । ଏବେ ସିବିଆଇ ଟେକ୍ନିକାଲ ଟିମ୍ ଭୁବନେଶ୍ୱରରେ। ସ୍କାମ୍ ପଛରେ କେଉଁ ପ୍ରକାର କୌଶଳ ପ୍ରୟୋଗ କରାଯାଇଛି, ତାର ଖୋଳତାଡ କରିବ ସିବିଆଇ । ଏବେ ଝାରପଡା ଜେଲ୍ରେ ପହଞ୍ଚିଛନ୍ତି ସିବିଆଇ ଟିମ୍ । ଆଜିଠୁ ୩ ଦିନିଆ ରିମାଣ୍ଡରେ ନେବ ସିବିଆଇ । ୪ ଦିନଆ ରିମାଣ୍ଡ ଆବେଦନ କରିଥିଲା ସିବିଆଇ, କିନ୍ତି ୩ ଦିନ ପାଇଁ ଅନୁମତି ମିଳିଛି । ୪ ଅଭିଯୁକ୍ତଙ୍କୁ ଧରି ସତ୍ୟ ଉଗାଳିବ ସିବିଆଇ । ଲୋକ ନାଥ ସାହୁ, ତଫିମ୍ ଅହମ୍ମଦ ଖାନ, ବିଶ୍ୱରଞ୍ଜନ ବେହେରା ଏବଂ ବିଶ୍ୱରଞ୍ଜନ ହରିଚନ୍ଦନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ସିବିଆଇ ।



