ବିଦେଶୀ ମୁଦ୍ରା ଭଣ୍ଡାର ୫୭୨ ବିଲିୟନ ଡଲାରକୁ ବୃଦ୍ଧି

ମୁମ୍ବାଇ: ଚଳିତବର୍ଷ ଜାନୁଆରୀ୧୩ ସୁଦ୍ଧା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୫୭୨ ବିିଲିୟନ ଡଲାରକୁ ବୃଦ୍ଧି ପାଇଛି ବୋଲି ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି । ୨୦୨୩ ଜାନୁଆରୀ ୬ ସୁଦ୍ଧା ଏହି ପରିମାଣ ୫୬୧.୫୮ ବିଲିୟନ ଡଲାର ରହିଥିଲା । ୨୦୨୨ ଅଗଷ୍ଟ ପରେ ପ୍ରଥମ ଥର ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ ବୃଦ୍ଧି ପାଇଛି । ଭାରତର ସୁନା ଗଚ୍ଛିତ ପରିମାଣ ୧.୧୦୬ ବିଲିୟନ ବୃଦ୍ଧି ପାଇ ୪୨.୮୯୦ ବିଲିୟନ ଡଲାରରେ ପହଞ୍ଚିଥିବା ଜଣାପଡିଛି । ୨୦୨୨ ଜାନୁଆରୀରେ ବିଦେଶୀ ମୁଦ୍ରା ଭଣ୍ଡାର ସ୍ଥିତି ୬୩୩ ବିଲିୟନ ରହିଥିଲା । ତେବେ ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ କମିଥିବାରୁ ଏହାର ମୁକାବିଲା ପାଇଁ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଡଲାର ବିକ୍ରି ନିଷ୍ପତ୍ତି ନେଇଥିଲେ । ବିଦେଶୀ କମ୍ପାନୀଗୁଡିକ ଭାରତୀୟ ମାର୍କେଟରୁ ପୁଞ୍ଜି ପ୍ରତ୍ୟାହାର କରୁୁଥିବା ସତ୍ତ୍ୱେ ମୁଦ୍ରା ଭଣ୍ଡାରରେ ଉନ୍ନତି ଏକ ଶୁଭ ସଙ୍କେତ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।