ଟେନିସ୍ ଖେଳାଳି ଦେବାଶିଷ ସାହୁଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ଚଳିତ ବର୍ଷର ଟେନିସ୍ ଖେଳାଳି ଦେବାଶିଷ ସାହୁଙ୍କୁ ମିଳିଛି ମର୍ୟ୍ୟାଦାଜନକ ଏକଲବ୍ୟ ପୁରସ୍କାର। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଗୁଣାତ୍ମକ କ୍ରୀଡ଼ା ପ୍ରଦର୍ଶନ ପାଇଁ ଗତ ୩୦ ବର୍ଷ ଧରି ଏହି କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଛି।ଭାରତର ପ୍ରମୁଖ ଫେରୋ ଆଲଏଜ୍ ଉତ୍ପାଦନକାରୀ କଂପାନି ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ ‘ଇମ୍ପାକ୍ଟ’ ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଜାତୀୟ ସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡ଼ିଶାର ସବୁଠୁ ମର୍ୟ୍ୟାଦାଜନକ କ୍ରୀଡ଼ା ସମ୍ମାନ।୨୦୨୧ ମସିହା ଏପ୍ରିଲ ୧ ତାରିଖରୁ ୨୦୨୩ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ତାଙ୍କ କ୍ରୀଡ଼ା ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଉଛି। ଏଥିନିମନ୍ତେ ଆୟୋଜିତ ଭବ୍ୟ ସମାବେଶରେ ଦେବାଶିଷ ସାହୁଙ୍କୁ ସମ୍ମାନପତ୍ର ଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ଉଦୀୟମାନ ଆଥଲେଟ୍ ବାପି ହାସଁଦା ଓ ଭାରୋତ୍ତୋଳକ ଜ୍ୟୋସ୍ନା ଶବରଙ୍କୁ ମାନପତ୍ର ସହ ଲକ୍ଷେ ଟଙ୍କା ଲେଖାଏଁର ଚେକ୍ ପ୍ରଦାନ କରାଯାଇଛି। ଏଥିନିମନ୍ତେ ଆୟୋଜିତ ଭବ୍ୟ ସମାରୋହରେ କ୍ରିକେଟ ତାରକା ତଥା ୧୯୮୩ ବିଶ୍ୱ ବିଜେତା ଦଳର ଅନ୍ୟତମ ଖେଳାଳି ମଦନ ଲାଲ ମୁଖ୍ୟ ଅତିଥି ଓ ପୂର୍ବତନ ରଣଜୀ ଖେଳାଳି ତଥା ଘଉଇ କୋଚ ପ୍ରୱନ ଅଗ୍ରୱାଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।