ଚନ୍ଦା କୋଚର ଗିରଫ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ  ସିବିଆଇ ଗିରଫ କରିଛି। ଚନ୍ଦା ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଭାବେ କାମ କରିବା ବେଳେ ଭିଡିଓକୋନ ଗ୍ରୁପ୍‌କୁ ୩ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଲୋନ୍ ପ୍ରଦାନରେ ଅନିୟମିତତା କରିଥିବା ନେଇ ଅଭିଯୋଗର ସିବିଆଇ ତଦନ୍ତ କରୁଥିଲା। ଚନ୍ଦା କୋଚର ଅକ୍ଟୋବର ୨୦୧୮ରେ ଏହି ଅଭିଯୋଗ ଆଧାରରେ ଆଇସିଆଇସିଆଇ ବ୍ୟାଙ୍କ ଏମ୍‌ଡି ଏବଂ ସିଇଓ ପଦ ଛାଡ଼ି ଥିଲେ। ଭିଡିଓକନ ଗ୍ରୁପ୍‌କୁ ସେ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଥିଲା। ୨୦୧୨ରେ ଭିଡିଓକନ ପ୍ରତି ଅନୁକମ୍ପା ଦେଖାଇ ସେ ୩୨୫୦ କୋଟି ଟଙ୍କା ଲୋନ୍ ପ୍ରଦାନରେ ଅନିୟମିତତା କରିଥିବା ନେଇ ଅଭିଯୋଗ ରହିଥିଲା। ବ୍ୟାଙ୍କ ଆଚରଣବିଧିକୁ ଉଲ୍ଲଂଘନ କରି ସେ ଏହି କାରବାର କରିବା ଦ୍ୱାରା ତାଙ୍କ ପରିବାରକୁ ଲାଭ ମିଳିଥିବା ନେଇ ଜଣେ ସିବିଆଇରେ ଅଭିଯୋଗ କରିଥିଲା। ସିବିଆଇ ମାମଲାର ତଦନ୍ତ କରୁଥିଲା। ସେପଟେ ୨୦୨୦ ମେ’ ମାସରେ ଇଡି ଅଭିଯୁକ୍ତ ଏହି ଦମ୍ପତିଙ୍କୁ ପଚରାଉଚରା କରିଥିଲା। ପରେପରେ ଚନ୍ଦାଙ୍କ ସ୍ୱାମୀଙ୍କୁ ବାନ୍ଧିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button