କାନ୍ଥ ପଡ଼ି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଏକ ଅଭାବନୀୟ ଅଘଟଣ ଘଟିଛି। କାନ୍ଥ ଭୁଶୁଡ଼ି ପଡ଼ିବାରୁ ଚାପିହୋଇ ସ୍ତ୍ରୀଙ୍କ ଜୀବନ ଯାଇଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ବାଦାମପାହାଡ଼ ଥାନା ଅନ୍ତର୍ଗତ ଚୁଆପାଣି ପଞ୍ଚାୟତର ଛଣୁଆ ଗ୍ରାମ ବଡ଼ସାହିରେ ଏହି ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି ହେମଲତା ମହାନ୍ତ (୪୫) ଏବଂ ଗୁରୁତର ଆହତ ସ୍ୱାମୀ ହେଉଛନ୍ତି ବୀରଭଦ୍ର ମହାନ୍ତ (୫୨)। ସୂଚନା ଅନୁସାରେ, ପ୍ରତ୍ୟେକ ଦିନ ଭଳି ଗତକାଲି ରାତିରେ ଉଭୟ ଦମ୍ପତି ଖାଇପିଇ ନିଜ ଘରେ ଶୋଇଥିଲେ। ତେବେ ରାତିସାରା ପ୍ରବଳ ବର୍ଷା ହେବା କାରଣରୁ ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ପଡ଼ୋଶୀଙ୍କର ଏକ ସିମେଣ୍ଟ କାନ୍ଥ ଭୁଶୁଡ଼ି ବୀରଭଦ୍ରଙ୍କ ଘର କାନ୍ଥ ଉପରେ ପଡ଼ିଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button