ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ଗଠନ ହେବ ସ୍ବତନ୍ତ୍ର ପାଣ୍ଠି

ଭୁବନେଶ୍ୱର: ଏଣିକି ଏସ୍‌ଏଚଜି ମହିଳାଙ୍କ ପାଇଁ ସତନ୍ତ୍ର ପାଣ୍ଠି ଗଠନ ହେବ। ଏହି ପାଣ୍ଠି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଢାଞ୍ଚାରେ ଗଠନ ହେବ। କୌଣସି ମହିଳା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁମୁଖରେ ପଡ଼ିଲେ ଏହି ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ। ୩–୪ ମାସ ମଧ୍ୟରେ ଏହି ଫଣ୍ଡ କାର୍ଯ୍ୟକାରୀ ହେବ। ଏଥିଲାଗି ରାଜ୍ୟ ବଜେଟରୁ ଅର୍ଥ ବ୍ୟୟବରାଦ କରାଯିବ ବୋଲି ମିଶନ ଶକ୍ତି ବିଭାଗର ରିପୋର୍ଟ କାର୍ଡ ପ୍ରଦାନ ଅବସରରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି। ସେହିପରି ଏସ୍‌ଏଚଜି ମହିଳାଙ୍କୁ ନେତୃତ୍ୱ ଦେବା ପାଇଁ ରାଜ୍ୟସ୍ତରରେ ବିଭିନ୍ନ ଯୋଜନାରେ କିଭଳି ଅଧିକ କାମ କରିହେବ, ସେନେଇ ଫେଡେରେଶନ କାମ କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button