ଆଇପିଏଲ ଉଦଯାପନୀ ଉତ୍ସବରେ ଚମକିଲେ ଓଡ଼ିଆ ପୁଅ ସୂସଂକେତ

ଭୁବନେଶ୍ୱର : ଗତ ରବିବାର ଦିନ ଗୁଜରାଟସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚଳିତ ବର୍ଷର ଆପିଏଲ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଦ୍ଵିତୀୟ ଥର ପାଇଁ ଆରସିବି ଚମ୍ପିୟାନ ହୋଇଛି l ଉଦଯାପନୀ ଉତ୍ସବରେ ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ କୈଳାଶଖେରଙ୍କ ଦ୍ୱାରା ପରିବେଷଣ ହୋଇଥବା ଶିବ ଭକ୍ତି ସଂଗୀତ ଏବଂ ନୁର୍ତ୍ୟ ସମସ୍ତ ଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା l ୟା ଭିତରେ ମିଳିଛି ଏକ ବଡ଼ ସୂଚନା ସେହି ସଂଗୀତ ଆଉ ନୁର୍ତ୍ୟ ତାଳେ ତାଳେ ଦର୍ଶକଙ୍କ ମନକୁ ମୋହିନେଇଥିବା ଗ୍ରୁପୁ ଡ୍ୟାନ୍ସ ରେ ଓଡ଼ିଆ ପୁଅ ସୁସଂକେତ ମିଶ୍ର ମଧ୍ୟ ଅଗ୍ରଣୀ ଭୂମିକା ନେଇଥିଲେ l

ସେ ତାଙ୍କର ଚମତ୍କାର ନୃତ୍ୟ ପରିବେଷଣ କରିଥିଲେ ଯାହା ଏବେ ପୁରା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି l ସୂସଂକେତ ମିଶ୍ର ହେଉଛନ୍ତି ଭୁବନେଶ୍ୱର ବରଗଡ଼ ନିବାସୀ ଆଡ଼ଭୋକେଟ ପ୍ରଦୀପ ମିଶ୍ର ଏବଂ ସଂଯୁକ୍ତା ମିଶ୍ରଙ୍କ ର ସୁପତ୍ର l ଜଣେ ଓଡ଼ିଆ ପୁଅ ଭାବରେ ଆଇପିଏଲ ଉଦଯାପନି ଭଳି ଏକ ବିଶ୍ୱସ୍ତରୀୟ ଇଭେଣ୍ଟ ରେ ନିଜ ର କଳା ପରିବେଷଣ କରି ସେ ଓଡିଶା ମାଟିକୁ ଗୌରବାନ୍ୱିତ କରିଛନ୍ତି l ତାଙ୍କର ଏହି ସଫଳତା ପାଇଁ ତାଙ୍କର ବଡ଼ ଭାଇ ସୂସମ୍ପଦ ମିଶ୍ର,ବନ୍ଧୁବାନ୍ଧବ ଏବଂ ସ୍ଥାନୀୟ ବାସିନ୍ଦା ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି l ସୁସଂକେତ ତାଙ୍କ ଏହି ସଫଳତାର ଶ୍ରେୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦେଇଛନ୍ତି l

Related Articles

Leave a Reply

Your email address will not be published. Required fields are marked *

Back to top button