ଆଜମ ଖାନଙ୍କୁ ଆହ୍ଲାବାଦ ବଡ ଆଶ୍ଵସ୍ତି, ସାତ ବର୍ଷ କାରାଦଣ୍ଡ ଉପରେ ରହିତାଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ବରିଷ୍ଠ ସମାଜବାଦୀ ପାର୍ଟି ନେତା ତଥା ୟୁପି କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ଆଜମ ଖାନ ଏବଂ ପରିବାରଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ଅଛି। ଆହ୍ଲାବାଦ ହାଇକୋର୍ଟ ଆଜମ ଖାନଙ୍କୁ ଦିଆଯାଇଥିବା ସାତ ବର୍ଷର ଦଣ୍ଡକୁ ସ୍ଥଗିତ ରଖିଛନ୍ତି। ପତ୍ନୀ ଏବଂ ପୁଅର ଦଣ୍ଡରେ ରୋକ ଲଗାଇବା ଆବେଦନଗୁଡିକୁ ଗ୍ରହଣ କରାଯାଇ ନାହିଁ। ତେବେ ଅଜମ ଖାନ, ପତ୍ନୀ ତଞ୍ଜିନ ଫାତିମା ଏବଂ ପୁଅ ଅବଦୁଲ୍ଲା ଆଜମଙ୍କ ଜାମିନକୁ କୋର୍ଟ ଅନୁମୋଦନ କରିଛନ୍ତି। ପୁଅ ଅବଦୁଲ୍ଲା ଆଜମଙ୍କର ଦୁଇଟି ଜନ୍ମ ପ୍ରମାଣପତ୍ର ତିଆରି କରିବା ଏବଂ ତାହାର ଦୁରୂପୋଯୋଗ କରିବା ମାମଲାରେ ଦିଆଯାଇଥିବା ସାତ ବର୍ଷର ଦଣ୍ଡ ବିରୋଧରେ ପିଟିସନ ଦାଖଲ କରାଯାଇଥିଲା। ଆଜି ଏହାର ୫୭ ପୃଷ୍ଠାର ବିଚାରରେ କୋର୍ଟ କହିଛନ୍ତି ଯେ, ଅଭିଯୋଗର ପ୍ରକୃତି ଏବଂ ଅଭିଯୁକ୍ତଙ୍କ ବିରୋଧରେ ରେକର୍ଡରେ ଥିବା ପ୍ରମାଣକୁ ବିଚାରକୁ ନେଇ ମୁଁ ଜାଣିବାକୁ ପାଇଛି ଯେ, ମହମ୍ମଦ ଆଜମ ଖାନଙ୍କ ମାମଲା ଡକ୍ଟର ତାଞ୍ଜିନ ଫାତିମା ଏବଂ ମହମ୍ମଦ ଅବଦୁଲ୍ଲା ଆଜମଙ୍କ ମାମଲାଠାରୁ ଭିନ୍ନ ଅଟେ। ଏଭଳି ପରିସ୍ଥିତିରେ ମହମ୍ମଦ ଆଜମ ଖାନଙ୍କୁ ଦଣ୍ଡବିଧାନ ନିଷ୍ପତ୍ତି ସ୍ଥଗିତ ରଖାଯିବ। କିନ୍ତୁ ଡକ୍ଟର ତାଞ୍ଜିନ ଫାତିମା ଏବଂ ମହମ୍ମଦ ଅବଦୁଲ୍ଲା ଆଜାମ ଖାନଙ୍କ ପାଇଁ ଏହି ଦଣ୍ଡାଦେଶ ଏବଂ ଦଣ୍ଡବିଧାନ ଉପରେ ରୋକକୁ ଖାରଜ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button