ଡିସିପି ଅଫିସରେ ଦାଖଲ ହେବ କର୍ମଚାରୀଙ୍କ ତାଲିକା

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରର ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ଏବେ ୧୪ ଦିନିଆ ଲକଡାଉନ କରାଯାଇଛି । ଏହି ଅବସରରେ  ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଯିବା ଆସିବା ପାଇଁ ଅନୁମତି ଦିଆଯାଇଛି ।  ତେବେ ଚଳିତ ଲକଡାଉନରେ ପରିଚୟପତ୍ର ଧରି କେତେକ ମନଇଚ୍ଛା ବୁଲୁଥିବା ନଜରକୁ ଆସୁଛି । ତେବେ କେଉଁ  ଅଫିସ କେଉଁ କେଉଁ କର୍ମଚାରୀଙ୍କୁ  ଅଫିସ ଆସିବାକୁ କହିଛନ୍ତି ତାହାର ଏକ ତାଲିକା ଦେବାକ କୁହାଯାଇଛି । ସମ୍ପୃକ୍ତ ସଂସ୍ଥା ପକ୍ଷରୁ କର୍ମଚାରୀଙ୍କ ତାଲିକା ଡିସିପି ଅଫିସରେ  ଦାଖଲ କରାଯିବ ବୋଲି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ଏହି ଅବସରରେ ପୁଲିସ କମିଶନର କହିଛନ୍ତି ଯେ, ଲକଡାଉନ କଟକଣାକୁ ଆହୁରି କଡ଼ାକଡ଼ି କରାଯିବ ।  ଲକଡାଉନରେ ଆତଯାତ ପାଇଁ ପୁଲିସ କାହାକୁ ପାସ ଦେଇନି । ସଂସ୍ଥା ପରିଚୟ ଦେଖାଇ ଯାଉଛନ୍ତି, ପୁଲିସ ତାକୁ ବିଶ୍ୱାସ କରୁଛି । କିଛି ଲୋକ ପରିଚୟପତ୍ରର ଦୁରୂପଯୋଗ କରି ମନଇଚ୍ଛା ବୁଲୁଛନ୍ତି ।  ଏସବୁ ଦୂର କରିବାକୁ ଓ ଭିଡ଼ କମାଇବାକୁ କଟକଣା କଡ଼ା ହୋଇଛି ।  କେଉଁ କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି, ସଂସ୍ଥା ସେମାନଙ୍କ ତାଲିକା ଦେବ ।  ସମ୍ପୃକ୍ତ ସଂସ୍ଥା ପକ୍ଷରୁ କର୍ମଚାରୀଙ୍କ ତାଲିକା ଡିସିପି ଅଫିସରେ  ଦାଖଲ କରାଯିବ । ସଂସ୍ଥା ଅଧିକୃତ କର୍ମଚାରୀଙ୍କୁ ଏକ ଅଥରାଇଜେସନ ଲେଟର ବି ଦେବ । ପରିଚୟପତ୍ର ଓ ଅଥରାଇଜେସନ ଲେଟରକୁ ସମ୍ପୃକ୍ତ କର୍ମଚାରୀ ଆତଯାତ ବେଳେ ଦେଖାଇବେ ବୋଲି ପୁଲିସ କମିଶନର କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button