ଏପ୍ରିଲ ୧ରୁ ଦୈନିକ ୨ ଲକ୍ଷ ଟିକାକରଣ

ଭୁବନେଶ୍ୱର: ଏପ୍ରିଲ ୧ରୁ ରାଜ୍ୟରେ ଦୈନିକ ୨ ଲକ୍ଷ ଟିକାକରଣ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।  ସେ କହିଛନ୍ତି ଯେ, ଏଯାଏଁ ୨୨ ଲକ୍ଷ ୩୬ ହଜାର ୬୧୫ ଜଣଙ୍କୁ ଟିକାକରଣ କରାଯାଇଛି ।  ୧୩,୪୭,୭୮୭ ଜଣ ବରିଷ୍ଠ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ଦିଆଯାଇଛି ।  ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଆଉ ପ୍ରେସକ୍ରିପସନ ଦେବାକୁ ପଡ଼ୁନି ।  ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ପହଞ୍ଚିସାରିଛି ।  ୨୩ ଲକ୍ଷ ଟିକା ସରିଛି, ୧୭ ଲକ୍ଷ ଟିକା ମହଜୁଦ ଅଛି ।  ରାଜ୍ୟରେ ଏବେ ୧ ହଜାର  କେନ୍ଦ୍ରରେ ଟିକା ଦିଆଯାଉଛି ।  ଅଧିକ ବଢାଇବା ପାଇଁ ସବୁ ଜିଲ୍ଲାପାଳଙ୍କୁ କୁହାଯାଇଛି ବୋଲି   ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button