ନୀତିଶ କୁମାର ଜଣେ ‘ପଲଟୁ ରାମ’

ପାଟନା: ସାପ କାତି ଛଡ଼ାଇବା ଭଳି ନୀତିଶ କୁମାର ସବୁବେଳେ ନିଜର ମତ ଓ ରୂପ ପରିବର୍ତ୍ତନ କରନ୍ତି। ନୀତିଶଙ୍କ ଏଭଳି ପଲଟୁ ରାମ ନୀତି ପାଇଁ ଅତୀତରେ ଲାଲୁ ଯାଦବ ତାଙ୍କୁ କଡ଼ା ସମାଲୋଚନା କରିଥିଲେ । ୧୯୯୪ରେ ନୀତିଶ ଜନତା ଦଳ ଛାଡ଼ି ସମତା ପାର୍ଟି ଗଢ଼ିଥିଲେ । ପରେ ସମତା ପାର୍ଟିକୁ ବିଲୀନ କରି ନୀତିଶ ଗଢ଼ିଥିଲେ ସଂଯୁକ୍ତ ଜନତା ଦଳ । କେବେ ବିଜେପି ସହ ତ କେବେ ଆରଜେଡ଼ି ସହ ରହି ସେ ଅନେକ ବାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗତ ନିର୍ବାଚନରେ ନୀତିଶଙ୍କ ଜେଡ଼ିୟୁ କମ ଆସନ ପାଇଥିଲେବି ବିଜେପି ସହଯୋଗରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଏହି ମେଣ୍ଟ ମାତ୍ର ଦୁଇ ବର୍ଷରେ ଭାଙ୍ଗି ଯାଇଛି । ପୁଣି ଥରେ ବିଜେପିର ହାତ ଛାଡ଼ି ମହାମେଂଟରେ ସାମିଲ ହୋଇଛନ୍ତି ନୀତିଶ ।

Related Articles

Leave a Reply

Your email address will not be published.

Back to top button