କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର କରିପାରିଲାନି ଅବତରଣ, ଗଲା ଝାରସୁଗୁଡା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏକ ବଡ ବିପଦରୁ ରକ୍ଷା ପାଇଛନ୍ତି। ଆଜି କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଭୁବନେଶ୍ବରରେ ଅବତରଣ କରିପାରିଲା ନାହିଁ। ବହୁ ସମୟ ଧରି ଭୁବନେଶ୍ବର ଆକାଶରେ ଉଡିବା ପରେ ମଧ୍ୟ ଅବତରଣ ପାଇଁ ଅନୁମତି ମିଳିଲା ନାହିଁ। ଫଳରେ ହେଲିକାପ୍ଟରକୁ ଝାରସୁଗୁଡା ଫେରାଇ ନିଆଯାଇଛି। ବର୍ତ୍ତମାନ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ସୁରକ୍ଷିତ ଭାବେ ଅବତରଣ କରିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୁରକ୍ଷିତ ଥିବାର ବିଜେଡି ଅଫିସରୁ କୁହାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଖଡିଆଳ ପ୍ରଚାର ସାରି ଭୁବନେଶ୍ବର ଫେରୁଥିବା ବେଳେ ଏପରି ଅଘଟଣ ଘଟିଥିବା ଜଣାପଡିଛି। ସେଠାରେ ହେଲିକାପ୍ଟର ଯାଞ୍ଚ ପରେ ପୁଣି ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button