ଆପଣ କର୍ମଜୀବୀ ମହିଳା ହୋଇଥିଲେ..

ସମ୍ପ୍ରତି ସବୁ କ୍ଷେତ୍ରରେ ମହିଳାମାନେ ପୁରୁଷମାନଙ୍କ ପରି କାର୍ଯ୍ୟ କରୁଛନ୍ତି । ଘରର ରୋଷେଇଠାରୁ ଆରମ୍ଭକରି ମହାକାଶ ଯାତ୍ରା ପର୍ଯ୍ୟନ୍ତ ମହିଳାମାନେ ନିଜର ଦକ୍ଷତା ପ୍ରତିପାଦିତ କରିସାରିଛନ୍ତି। ଅନେକ ସମୟରେ ଦେଖାଯାଏ ମହିଳାମାନେ ଯେତେକର୍ମ ତତ୍ପର ହେଲେ ମଧ୍ୟ ପାରିପାର୍ଶ୍ବିକ ଦୃଷ୍ଟିରୁ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । କେତୋଟି କଥାକୁ ଗୁରୁତର ସହକାରେ ପାଳନ କଲେ ଏସବୁ ଅସୁବିଧାକୁ ଯଥାସମ୍ଭବ ଏଡ଼ାଇପାରିବେ ।
-ଅଫିସରେ ବସିଥିବା ସମୟରେ ପୁରୁଷ ବନ୍ଧୁମାନେ ଅନ୍ୟମାନଙ୍କୁ ଦେଖାଇ ଟିପ୍ପଣୀ ଦିଅନ୍ତି । ଏହା ଏକ ପ୍ରକାରର ରୋଗ କହିଲେ ଚଳେ । ଏଥିରେ ସେମାନଙ୍କ ସହ ସହଯୋଗ କରନ୍ତୁ ନାହିଁ କି ହସି ହସି ସେମାନଙ୍କ କଥାକୁ ସମର୍ଥନ କରନ୍ତୁ ନାହିଁ ।
-ଅଯଥାରେ ଅନ୍ୟମାନଙ୍କୁ ବିରକ୍ତି କରି ଗପନ୍ତୁ ନାହିଁ । ଅନ୍ୟର କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରନ୍ତୁ ନାହିଁ । କାରଣ ଆପଣଙ୍କର ସଫଳତାରେ ଈର୍ଷାନ୍ୱିତ ହୋଇ ଆପଣଙ୍କୁ ହଇରାଣ କରିପାରନ୍ତି ଏବଂ ବିଫଳତାର ସୁଯୋଗ ନେଇ ମଜା ଉଠେଇ ପାରନ୍ତି ।


-ଯେତେ ଦୂର ସମ୍ଭବ ଚୁପ୍‍ଚାପ୍ ରୁହନ୍ତୁ । ଗୁଡ଼ାଏ ଉଡ଼େଇ କରି ଗପିଲେ ନିଜର ଓଜନ କମିଯାଏ, କେହି ଆପଣଙ୍କ କଥାକୁ ଗୁରୁତ୍ୱ ଦେବେ ନାହିଁ ।
-ନିଜ ଶାଶୂ, ଶ୍ୱଶୁର, ନଣନ୍ଦ ଦିଅରଙ୍କ ବିରୋଧରେ ଅଫିସରେ ଗପନ୍ତୁ ନାହିଁ । ପରେ ଯଦି ସେ କଥା ଘର ଲୋକ ଶୁଣନ୍ତି, ତେବେ ତାହା ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିବ ।
-ଯଥାସମ୍ଭବ ଅଳ୍ପ ବନ୍ଧୁ ରଖନ୍ତୁ । ଯେଉଁମାନଙ୍କର ଉତ୍ତମ ଚରିତ୍ର ଓ ମହତ୍‍ ଲୋକଙ୍କ ସହ ସମ୍ପର୍କ ରଖିଲେ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଘଟିପାରେ ।
-ଆପଣ ଯଦି ଡ୍ରେସ ପିନ୍ଧି ଅଫିସ ଯାଉଥାନ୍ତି, ତେବେ ସାଲୁଆର, ଓଢ଼ଣୀକୁ ସୁନ୍ଦର ଭାବେ ପକାଇ ଯାଆନ୍ତୁ । ଜିନ୍‍ କିମ୍ବା ମିନିସ୍କଟ୍‍ ପିନ୍ଧି ଅଫିସ୍‍ ଯାଆନ୍ତୁ ନାହିଁ । ଅନେକ ଆପଣଙ୍କୁ କମେଣ୍ଟ କରିପାରନ୍ତି । ଯଥାସମ୍ଭବ ଶାଢ଼ି ପିନ୍ଧି ଯିବା ପାଇଁ ଚେଷ୍ଟା କରନ୍ତୁ ।
-ଯଦି କେହି ଆପଣଙ୍କୁ ବିଶ୍ୱାସରେ କିଛି କଥା କହିଥାନ୍ତି ତେବେ ଅଫିସରେ ଅନ୍ୟ ଆଗରେ ତାହା ପ୍ରକାଶ କରନ୍ତୁ ନାହିଁ ।
-ଅଫିସରେ ନିଜ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତୁ । ନିଜକୁ ଶାନ୍ତି ମିଳିବ ।
-ନିଜ ବ୍ୟାଗରେ ଆବଶ୍ୟକ ଜିନିଷ ନେଇଥାନ୍ତୁ, ଯେପରି ଅଫିସରେ ଅନ୍ୟଠାରୁ ମାଗିବାକୁ ନ ପଡ଼େ ।

Related Articles

Leave a Reply

Your email address will not be published.

Back to top button