ଏକାଠି ନଜର ଆସିବେ କୃତି-ଭିକି କୌଶଲ

୨୦୦୧ରେ  ମୁକ୍ତିଲାଭ କରିଥିବା  ଅଭିନେତା ଆର ମାଧବନ ଏବଂ ଅଭିନେତ୍ରୀ ଦିଆ ମିର୍ଜାଙ୍କ ଅଭିନୀତ  ‘ରେହନା ହେ ତେରେ ଦିଲ୍ ମେ’ ଫିଲ୍ମକୁ ପ୍ରଶଂସକମାନେ ପ୍ରଶଂସା କରିଥିଲେ। ଏବେ ଏହାର ସିକ୍ୱେଲ ଫିଲ୍ମ ତିଆରି ହେବାକୁ ଯାଉଛି। ଏଥିରେ ଅଭିନେତ୍ରୀ କୃତି ସେନନଙ୍କ ସହ ଅଭିନେତା ଭିକି କୌଶଲଙ୍କୁ କାଷ୍ଟ କରାଯାଇପାରେ। ସୂଚନା ଅନୁଯାୟୀ, ଏହି ଫିଲ୍ମ ପାଇଁ ଉଭୟ କୃତି ଏବଂ ଭିକିଙ୍କ ସହ ଆଲୋଚନା ହେଉଛି। କୁହାଯାଉଛି ଯେ ଉଭୟ ଷ୍ଟାର ଏହି ଫିଲ୍ମ କରିବାକୁ ଆଗ୍ରହ ଦେଖାଇଛନ୍ତି। ଆଉ ବର୍ତ୍ତମାନ ଫାଇନାନ୍ସ ଏବଂ ଶୁଟିଂ ଡେଟ୍ ଉପରେ ଆଲୋଚନା ଚାଲିଛି । ଯଦି ସବୁ ଠିକ୍ ହୁଏ, ୨୦୨୨ ଶେଷ ସୁଦ୍ଧା ଫିଲ୍ମର  ଶୁଟିଂ ଆରମ୍ଭ ହେବ। ଏହା ବ୍ୟତୀତ ‘ମମ୍’ ଫିଲ୍ମ ଫେମ୍ ରବି ଉଦୟକରଙ୍କୁ ଫିଲ୍ମର ନିର୍ଦେଶନା ଦେବା ପାଇଁ କଥାବାର୍ତ୍ତା ଚାଲିଛି। ରବି ବର୍ତ୍ତମାନ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ରଶ୍ମିକା ମନ୍ଦାନାଙ୍କ ସହ ବ୍ୟସ୍ତ ଅଛନ୍ତି । ଏହା ପରେ ସେ ‘ରେହନା ହେ ତେରେ ଦିଲ୍ ମେ’ ର ସିକ୍ୱେଲରେ କାମ ଆରମ୍ଭ କରିପାରନ୍ତି। କୃତି ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘ଭେଡିଆ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କୁ ଫିଲ୍ମରେ ବରୁଣ ଧୱନଙ୍କ ସହ ଦେଖିବାକୁ ମିଳିବ। ଏହାପରେ ସେ ପ୍ରଭାସଙ୍କ ସହ ଫିଲ୍ମ ‘ଆଦିପୁରୁଷ’ରେ କାମ କରିବେ। ଏହା ବ୍ୟତୀତ ସେ ଟାଇଗର ଶ୍ରଫଙ୍କ ସହ ‘ଗଣପତି’ ଫିଲ୍ମର ଶୁଟିଂ କରିବେ। ଏପରିକି ସେ ଆଲା ବୈକୁଣ୍ଠପୁରାମଲୁର ରିମେକରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ କାମ କରିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଭିକି  କୌଶଲ ‘ମିଷ୍ଟର ଲେଲେ’ର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ପରେ ସେ ଫିଲ୍ମ ‘ଅଶ୍ୱଥାମା’ର ଶୁଟିଂ  ଆରମ୍ଭ କରିବେ।

 

Related Articles

Leave a Reply

Your email address will not be published.

Back to top button