ବ୍ରାହ୍ମଣୀ ନଦୀରୁ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ, ନଦୀକୂଳରୁ ଚପଲ ଓ ବ୍ରସ୍ ଉଦ୍ଧାର

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏକ ଉଦ୍‌ବେଗଜନକ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀକୂଳକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ଆଶଙ୍କା କରାଯାଉଛି। ନଦୀକୂଳରୁ ତାଙ୍କର ଚପଲ ଓ ବ୍ରସ୍ ଉଦ୍ଧାର ହୋଇଥିବା ବେଳେ ମହିଳା ଜଣକ ନିଖୋଜ ଅଛନ୍ତି। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଏହି ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଆତଙ୍କ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ମହିଳା ଜଣକ ସକାଳୁ ନଦୀକୂଳକୁ ଯାଇ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ନଦୀକୂଳରୁ ତାଙ୍କର ଚପଲ ଓ ବ୍ରସ୍‌ ଉଦ୍ଧାର ହେବା ପରେ କୁମ୍ଭୀର ଆକ୍ରମଣର ଆଶଙ୍କା କରାଯାଇଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ନିଖୋଜ ମହିଳାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button