ବିପଦ ସଙ୍କେତ ତଳେ ବୈତରଣୀ, ସାଳନ୍ଦୀରେ ବଢୁଛି ଜଳସ୍ତର: ଭଦ୍ରକରେ ୪ ଲକ୍ଷ ପ୍ରଭାବିତ

ଭୁବନେଶ୍ବର: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଜଟିଳ ରହିଛି। ବୈତରଣୀ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ସାଳନ୍ଦୀ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଆଖୁଆପଦାଠାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ବର୍ତ୍ତମାନ ଏହା ୧୭.୬୮ ମିଟରରେ ପ୍ରବାହିତ ହେଉଛି। ଅପରପକ୍ଷରେ, ସାଳନ୍ଦୀ ନଦୀର ଜଳସ୍ତର ଭଦ୍ରକ ରାଜଘାଟଠାରେ ୧୮.୫୦ ମିଟର ଉପରେ ପ୍ରବାହିତ ହେଉଛି। ଜିଲ୍ଲାର ୬ଟି ବ୍ଲକ୍‌ର ୮୧ଟି ପଞ୍ଚାୟତ ଅନ୍ତର୍ଗତ ୪୫୦ଟି ଗାଁର ପ୍ରାୟ ୪ ଲକ୍ଷ ଲୋକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରାୟ ୫୩ ହଜାର ହେକ୍ଟର ଚାଷ ଜମି ଏବେ ବି ବନ୍ୟା ଜଳରେ ବୁଡ଼ି ରହିଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ୧୫୯ଟି କେନ୍ଦ୍ରରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ସମୟରେ, ଭଦ୍ରକର ନୂତନ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଆଜି ସକାଳେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍‌ସ୍ଥିତ ହଦଗଡ଼ ଡ୍ୟାମ୍ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button