ଖାଇକୁ ଖସିଲା ଗାଡି : ୮ ମୃତ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ଏକ ପର୍ଯ୍ୟଟକ ଗାଡ଼ି ଖାଇକୁ ଖସିପଡିବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗାଡି ରେ ଗାଡ଼ି ଚାଳକ ଓ ଦୁଇଜଣ ଶିଶୁଙ୍କୁ ମିଶାଇ ଗାଡ଼ିରେ ମୋଟ ୯ ଜଣ ଯାତ୍ରୀ ଥିଲେ। ଗାଡି ଟି ନିୟନ୍ତ୍ରଣ ହରାଇ ପ୍ରାୟ ୫୦୦ ମିଟର ଗଭୀର ଖାଇକୁ ଖସିପଡ଼ିବା ଫଳରେ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଏବେବି ନିଖୋଜ ଅଛନ୍ତି। ଜିଲ୍ଲାର ଚୁରାହ ସବ୍-ଡିଭିଜନ ଅନ୍ତର୍ଗତ ବୈରାଗଡ଼-ସାଚ୍ ପାସ୍-କିଲାର ବରଫାବୃତ ଅଞ୍ଚଳ ରାସ୍ତାରେ ଗାଡ଼ିଟି ପର୍ଯ୍ୟଟକମାନଙ୍କୁ ନେଇ ଯାତ୍ରା କରୁଥିବା ସମୟରେ ଅକସ୍ମାତ ନିୟନ୍ତ୍ରଣ ହରାଇ ଗଭୀର ଗଣ୍ଡ ମଧ୍ୟକୁ ଖସିପଡ଼ିଥିଲା ତେବେ ମୃତକଙ୍କ ସଠିକ୍ ପରିଚୟ ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରହିଥିବା ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button