ବିଷାକ୍ତ ସାପ କାମୁଡ଼ାରେ ୨ ନିର୍ମାଣ ଶ୍ରମିକ ମୃତ, ଜଣେ ଗୁରୁତର

ଭୁବନେଶ୍ବର: ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣ ଶ୍ରମିକଙ୍କ ପ୍ରାଣହାନି ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଗୋଲଧାଠାରେ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଶ୍ରମିକ ଜଣକ ବର୍ତ୍ତମାନ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ମୃତକ ଦ୍ୱୟ ହେଲେ ସିନାପାଲି ଥାନା ଚଚରାଭଟା ଗାଁର ଦଇତାରି ତାଣ୍ଡି ଏବଂ ଭରତ ତାଣ୍ଡି। ସେମାନେ ସମ୍ପର୍କରେ କକା-ପୁତୁରା ବୋଲି ଜଣାପଡ଼ିଛି। ଗୁରୁତର ଶ୍ରମିକ ଜଣକ ହେଉଛନ୍ତି ତୁଳସୀ ବଗର୍ତ୍ତୀ (୪୫)। ସୂଚନା ଅନୁଯାୟୀ, ବ୍ରିଜ୍‌ ନିର୍ମାଣରେ ନିୟୋଜିତ ଶ୍ରମିକମାନେ ଘଟଣାସ୍ଥଳରେ ଥିବା କ୍ୟାମ୍ପରେ ରହୁଥିଲେ। ଗତକାଲି ରାତିରେ ସମସ୍ତେ ଖାଇପିଇ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତିନି ଜଣଙ୍କୁ କାମୁଡ଼ି ଦେଇଥିଲା। ଅନ୍ୟ ଶ୍ରମିକମାନେ ଏହା ଜାଣିବା ପରେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଦଇତାରି ଓ ଭରତଙ୍କୁ ମୃତ ଘୋଷଣା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button