ଶିଖରଚଣ୍ଡୀରେ ଦନ୍ତା ଉତ୍ପାତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଶିଖରଚଣ୍ଡୀ ପାହାଡ଼ ଅଞ୍ଚଳରେ ପୁଣି ଦୁଇଟି ଦନ୍ତା ହାତୀଙ୍କ ପ୍ରାଦୁର୍ଭାବ ଦେଖାଦେଇଛି। ଗତ ଦୁଇ ଦିନ ହେବ ଏହି ଦନ୍ତା ଯୁଗଳ ପାହାଡ଼ ମୁଣ୍ଡିଆ ଅଞ୍ଚଳରେ ଡେରା ପକାଇଛନ୍ତି। ବିଶେଷ କରି ଆମ୍ବ ଖାଇବା ଅନ୍ୱେଷଣରେ ଏହି ହାତୀମାନେ ଜନବସତି ନିକଟକୁ ଚାଲିଆସିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକେ ଏହି ଦୁଇ ହାତୀଙ୍କୁ ‘ବଡ଼ ଫେରେକଟା’ ଓ ‘ସାନ ଫେରେକଟା’ ବୋଲି ନାମିତ କରିଛନ୍ତି।  ହାତୀମାନେ ଯେପରି ଜନବସତି ଭିତରକୁ ନ ପଶନ୍ତି, ସେଥିପାଇଁ ବନ ବିଭାଗ ପକ୍ଷରୁ କଡ଼ା ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ଓ ସଚେତନ ରହିବାକୁ ବନ ବିଭାଗ ଅନୁରୋଧ କରିଛି। ଅନ୍ୟପଟେ ନୀଳଗିରି ଅଞ୍ଚଳରେ ମଧ୍ୟ ବନ୍ୟଜନ୍ତୁଙ୍କ ଉତ୍ପାତ ଜାରି ରହିଛି। ନରଣପୁରରେ ଏକ ଝାଡ଼ଖଣ୍ଡୀ ପାଇଲଟ ଦନ୍ତା ହାତୀ ବ୍ୟାପକ କ୍ଷୟକ୍ଷତି ଘଟାଉଛି। ଗ୍ରାମର ମାନସ ଭୂୟାଁଙ୍କ ମକା ବାଡ଼ି ନଷ୍ଟ କରିବା ସହ ହାତୀଟି ଗାଁ ଭିତରେ ବାରମ୍ବାର ପଇଁତରା ମାରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button