ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବୋମା ଉଡ଼ାଇଦେବାକୁ ଧମକ

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ୍‌ଲାଲ୍ ଶର୍ମାଙ୍କ କାର୍ଯ୍ୟାଳୟକୁ ବୋମା ମାଡ଼ କରି ଉଡ଼ାଇଦେବାକୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଛି। ଜୟପୁର ପୁଲିସ କଣ୍ଟ୍ରୋଲ୍ ରୁମ୍‌କୁ ଏହି କଲ୍ ଆସିବା ପରେ ପୁଲିସ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକୁ ତୁରନ୍ତ ସତର୍କ କରାଯାଇଛି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀ ପ୍ରାୟ ସାଢ଼େ ୪ ଘଣ୍ଟା ଧରି ସମଗ୍ର ସଂବେଦନଶୀଳ ଅଞ୍ଚଳରେ ଛାନ୍‌ଭିନ୍ କରିବା ସହ ସନ୍ଦିଗ୍ଧ ବସ୍ତୁଗୁଡ଼ିକର ଯାଞ୍ଚ କରିଥିଲେ।ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ପୁଲିସ ଫୋନ୍ କଲ୍‌ର ଆସୋସିଏଟେଡ୍ ଲୋକେସନ୍ ଏବଂ କଲ୍ କରିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button