ଦଳ ପାଇଁ କିଛି କ୍ଷତି ହେବନି: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ବିଜେଡିରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ। ଦେବାଶିଷ ଦଳ ଛାଡ଼ିବା ଦ୍ୱାରା ବିଜେଡିର କୌଣସି କ୍ଷତି ହେବନାହିଁ, ବରଂ ଦଳ ଆହୁରି ମଜଭୁତ ହେବ ବୋଲି ସେ କହିଛନ୍ତି। ପ୍ରମିଳା ମଲ୍ଲିକ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ବିଜେଡି ସରକାରରୁ ହଟିବା ପରଠାରୁ ହିଁ ଦେବାଶିଷ ବିଜେପି ସହ ଯୋଗାଯୋଗରେ ଥିଲେ। ଏହି କାରଣରୁ ହିଁ ସେ ସଂସଦରେ ୱାକଫ ବିଲ୍ ଆସିବା ସମୟରେ ଅନୁପସ୍ଥିତ ରହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, “ନିଶାସକ୍ତ ହୋଇ କେଉଁଠି ଭୁଲ କରିଥିବେ, ସେଥିପାଇଁ ନିଜକୁ ବଞ୍ଚାଇବାକୁ ବିଜେପି ‘ୱାଶିଂ ମେସିନ’କୁ ଯାଇ ସଫା ହେବାକୁ ଚାହୁଁଛନ୍ତି।” ସାଂସଦ ଭାବେ ଦେବାଶିଷ ଗୋଟିଏ ଦିନ ବି ସଂସଦରେ ଓଡ଼ିଶା ଲୋକଙ୍କ ସମସ୍ୟା ଉଠାଇ ନାହାନ୍ତି ବୋଲି ପ୍ରମିଳା ଅଭିଯୋଗ କରିଛନ୍ତି। ଯଦିଓ ଦେବାଶିଷଙ୍କ ଭଳି ଜଣେ ତିନିଥରର ପୂର୍ବତନ ବିଧାୟକ ତଥା ରାଜ୍ୟସଭା ସାଂସଦଙ୍କ ଇସ୍ତଫାକୁ ରାଜନୈତିକ ମହଲରେ ବିଜେଡି ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି, ମାତ୍ର ପ୍ରମିଳା ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button