ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଏକଦିବଶୀୟ ମ୍ୟାଚ୍ ପାଇଁ ଭାରତ ପକ୍ଷରୁ ଖେଳାଳୀ ତାଲିକା ଘୋଷଣା କରାଯାଇଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୩ ଟି ଏକଦିବଶୀୟ ମ୍ୟାଚ୍ ପୁଣେ ଠାରେ ଖେଳାଯିବ । ଘୋଷଣା ହୋଇଥିବା ଖେଳାଳୀ ତାଲିକାରେ ସୂର୍ୟ୍ୟକୁମାର ଯାଦବ, କୃଣାଲ ପାଣ୍ଡ୍ୟା, ଓ ପ୍ରସିଦ୍ଧ କୃର୍ଷ୍ଣାଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ଏହି ୩ ଟି ମ୍ୟାଚରୁ ବାଦ ପଡିଛନ୍ତି ଇଶାନ କିଷନ ।ପ୍ରସିଦ୍ଧ କୃର୍ଷ୍ଣା କର୍ଣ୍ଣାଟକ ତରଫରୁ ବିଜୟ ହଜାରେ ଟ୍ରଫି ଖେଳି ୭ ଟି ମ୍ୟାଚରେ ୧୪ ଟି ୱିକେଟ୍ ହାସଲ କରି ବିସିସିଆଇ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଶଣ କରିଥିଲେ । ସେହିପରି କୃଣାଳ ପାଣ୍ଡ୍ୟା ନିଜର ବଡୋଦା ଟିମ୍ ପାଇଁ ଜଣେ ଅଲରାଉଣ୍ଡର ଭାବେ ବିଜୟ ହଜାରେ ଟ୍ରଫି ଖେଳି ଭଲ ପ୍ରଦର୍ଶନ କରିଥିଲେ । ସେ ବଡୋଦା ଟିମ୍ ରେ ସବୁଠାରେ ଅଧିକ ରନ୍ କରିଥିବା ଖେଳାଳୀ ଭାବେ ୫ ଟି ମ୍ୟାଚ୍ ଖେଳି ୩୮୮ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଏହା ମଧ୍ୟରେ ସେ ୨ ଟି ଅର୍ଦ୍ଧଶତକ ବି ମାରିଥିଲେ । ଏହାସହ ସେ ବିଜୟ ହଜାରେ ଟ୍ରଫିରେ ୫ ଟି ୱିକେଟ୍ ନେଇଥିଲେ ।