ଦୀର୍ଘ ୨୦ ବର୍ଷ ଧରି ଭୂତକୋଠି ପାଲଟିଛି ଏଏନ୍ଏମ୍ ସବ୍ ସେଣ୍ଟର, ଦୃଷ୍ଟି ଦିଅନ୍ତୁ ରାଜ୍ୟସରକାର

ଦୀର୍ଘ ବର୍ଷ ଧରି ଅବହେଳିତ ହେଇ ପଡିଥିବା ଏହି ଏଏନ୍ଏମ୍ ସବ୍ ସେଣ୍ଟରକୁ ନେଇ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ସୁଦ୍ଧା ନିଦ ଭଂଗୁନାହିଁ ସ୍ଥାନୀୟ ପ୍ରଶାସନଙ୍କର ।

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ବରାଡିଆ ଗ୍ରାମ ପଞ୍ଚାୟତର ବରାଡିଆ ବଜାର ନିକଟରେ ଥିବା ଏକ ଏଏନ୍ଏମ୍ ସବ୍ ସେଣ୍ଟର ଦୀର୍ଘ ୨୦ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡି ରହିଛି | ନା ବିଭାଗ ନା ଜିଲ୍ଲା ପ୍ରଶାସନ କାହାରି ନଜର ପଡୁନାହିଁ ଏହି ଘର ଉପରେ | ଏହି ଘରଟି ଆରଡି ବିଭାଗକୁ ହସ୍ତାନ୍ତର କରିଛନ୍ତି ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର | ଏନେଇ ରାଜକନିକା ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଠାରୁ ଆରମ୍ଭ କରି ଆଳି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୁର୍ବତନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗୀୟ ମନ୍ତ୍ରୀ, ପୁର୍ବତନ ରାଜ୍ୟ ସଭା ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରତାପ କେଶରୀ ଦେବ ଇତ୍ୟାଦି ସମସ୍ତଙ୍କୁ ଜଣାଯାଇଛି | ହେଲେ ସମସ୍ତେ ନିରବ ଦ୍ରଷ୍ଟା ପାଲଟିଛନ୍ତି , ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜକନିକା ବ୍ଲକର ବରାଡିଆ ଗ୍ରାମ ପଞ୍ଚାୟତର ସ୍ଥାନୀୟ ଜନସାଧାରଣ |

ଭୂତକୋଠୀ ପରି ପଡି ରହିଥିବା ଏହି ସେଣ୍ଟର ଏବେ ଅନେକ ବିଶଧର ସାପ ରହୁଥିବା ସ୍ଥାନୀୟ ଲୋକେ କହୁଛନ୍ତି | ଖାଲି ସେତିକି ନୁହେଁ ଏହି ସେଣ୍ଟର ଏବେ ଅସାମାଜିକ ବ୍ୟକ୍ତିଙ୍କର ଆଡ୍ଡାସ୍ଥଳୀ ପାଲଟିଛି, ମଦ୍ୟପ ନିଶାସକ୍ତ ମାନଙ୍କର ବାସସ୍ଥାନ ଆଉ ଏଠାରେ ଅନୈତିକ କାର୍ଯ୍ୟ ମଧ୍ୟ ଚାଲିଛି ବୋଲି ଏଠିକାର ଗ୍ରାମବାସୀ ପ୍ରକାଶ କରିଛନ୍ତି | ଏଠାରେ ଜୁଆ ଖେଳ ଚାଲିଥିବା ବେଳେ ଅନେକ ସମୟରେ ପୋଲିସ ରେଡ୍ମ କରିଥିବାର ଦେଖିବାକୁ ମିଳିଛି | ବିଭିନ୍ନ ଜାନୀ ଯାତ୍ରା ତଥା ପର୍ବପର୍ବାଣୀ ଆରମ୍ଭ ହେବ ପୂର୍ବରୁ ମେଢ ନିର୍ମାଣ କାର୍ଯ୍ୟ ଚାଲୁରହୁଛି | ତେଣୁ ରାଜ୍ୟ ସରକାର, କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ,ରାଜକନିକା ବ୍ଲକ ପ୍ରଶାସନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ରାଜକନିକାର ମନ୍ତ୍ରୀ ତଥା ବିଧାୟକ ଏହି ଭୂତକୋଠି ପାଲଟିଥିବା ଏଏନ୍ଏମ୍ ସବ୍ ସେଣ୍ଟର ଉପରେ ଦୃଷ୍ଟି ଆକର୍ଷଣ କରନ୍ତୁ ବୋଲି ରାଜକନିକା ବ୍ଲକ ଅନ୍ତର୍ଗତ ବରାଡିଆ ଗ୍ରାମ ପଞ୍ଚାୟତର ଜନସାଧାରଣ ବିନମ୍ର ନିବେଦନ କରିଛନ୍ତି |

 

Related Articles

Leave a Reply

Your email address will not be published.

Back to top button