୨୫ରୁ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟରେ ଆସନ୍ତା ୨୫ ତାରିଖରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି। ଶନିବାର ଏବଂ ରବିବାର ହାଇକୋର୍ଟ ବନ୍ଦ ରହୁଥିବାରୁ ଶୁକ୍ରବାର ହିଁ ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ। ଗ୍ରୀଷ୍ମ ଛୁଟି ପରେ ଜୁନ୍ ୨୨ ତାରିଖରେ ପୁନର୍ବାର ଅଦାଲତର ନିୟମିତ କାର୍ଯ୍ୟ ଆରମ୍ଭ ହେବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ତେବେ ହାଇକୋର୍ଟଙ୍କ ଏହି ଗ୍ରୀଷ୍ମ ଛୁଟି ସମୟରେ ଜରୁରୀ ମାମଲାଗୁଡ଼ିକର ଶୁଣାଣି ପାଇଁ ମୋଟ ୮ ଦିନ ଅବକାଶକାଳୀନ ଅଦାଲତ (ଭାକେସନ୍ କୋର୍ଟ) ଚାଲିବ। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଅବକାଶକାଳୀନ ସମସ୍ତ ଅଦାଲତ କେବଳ ଭର୍ଚୁଆଲ୍ ମୋଡ୍‌ରେ କାର୍ଯ୍ୟ କରିବ। ଏହି ଦିନଗୁଡ଼ିକରେ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କୋର୍ଟ ବିଭିନ୍ନ ଜରୁରୀ ମାମଲାର ଶୁଣାଣି କରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button