ଜେଇ ପରୀକ୍ଷାରୁ ବାରଣ ପାଇଁ ବେକରେ ରଶି ଲଗାଇ ଆତ୍ମହତ୍ୟା

କେନ୍ଦ୍ରାପଡା / ରାଜକନିକା : ଆର୍ଥିକ ଅଭାବରୁ ଝିଅକୁ ଜେଇ ପଢିବାପାଇଁ ବାରଣ କଲେ ପରିବାରଲୋକେ | ପାଠ ପଢ଼ିବାର ଜିଦ ଆଗରେ ଦେଖାଗଲାଣି କିଛି ଶେଷରେ ଆତ୍ମହତ୍ୟାର ପନ୍ଥା ବାଛିନେଲା୧୭ ବର୍ଷର ଝିଅ ଜ୍ୟୋତ୍ସ୍ନାରାଣୀ | ଏ ଘଟଣାଟି ଘଟିଛି ରାଜକନିକା ବ୍ଲକ ଅନ୍ତର୍ଗତ ବଡାଗର ଗ୍ରାମରେ |

କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କଣ୍ଟପଡା ଗ୍ରାମ ପଞ୍ଚାୟତର ବଡାଗର ଗ୍ରାମରେ ବିଦ୍ୟାଧର ସେଠୀ ଙ୍କର ଏକମାତ୍ର ଝିଅ ଜ୍ୟୋତ୍ସ୍ନାରାଣୀ ସେଠୀ (ବୟସ ୧୭ ବର୍ଷ) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ | ତାଙ୍କୁ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ | ରାଜକନିକା ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କ ନିର୍ଦ୍ଦେଶକ୍ରମେ ଏସ୍ ଆଇ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ବ୍ୟବଛେଦ କରିବା ପାଇଁ ଆଳି ପଠାଇ ଦେଇଛନ୍ତି |

ମିଳିଥିବା ସୂଚନା ମୁତାବିକ, ଜେଇ ପାଠ ପଢି ପରୀକ୍ଷା ଦେବା ପାଇଁ ଘର ଲୋକଙ୍କ ସହିତ ଜିଦ ଧରିଥିଲେ ଜ୍ୟୋତ୍ସ୍ନାରାଣୀ | କିନ୍ତୁ ଘରର ପରିସ୍ଥିତି ଆର୍ଥିକ ସଙ୍କଟ ଦେଇ ଗତିକରୁଥିବାରୁ ପରିବାର ଲୋକେ ମନାକରିଦେଇଥିଲେ | ପଢ଼ିବାର ଇଛା ଏତେ ବଢିଯାଇଥିଲା ଯେ ଶେଷରେ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ ଜ୍ୟୋତ୍ସ୍ନାରାଣୀ |

ରାଜ୍ୟରେ ମେଧାବୀ ଛାଁତ୍ୟଛାତ୍ରୀଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି | ହେଲେ ପାଠ ପଢିବାର ଇଛାଥିଲେ ବି ଅର୍ଥାଭାବରୁ ବଂଚିତ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବାର ଘଟଣା ପ୍ରତ୍ୟେକଦିନ ଦେଖିବାକୁ ମିଳୁଛି |

Related Articles

Leave a Reply

Your email address will not be published.

Back to top button