ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କଡ଼ା ଟ୍ରାଫିକ୍ କଟକଣା, ଜାରି ହେଲା ନୂଆ ରୁଟ୍ ଓ ପାର୍କିଂ ବ୍ୟବସ୍ଥା

ଭୁବନେଶ୍ବର: ସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର ପୁରୀରେ ଭକ୍ତଙ୍କ ଅସାଧାରଣ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ କଡ଼ା ଟ୍ରାଫିକ୍ ବ୍ୟବସ୍ଥା ଲାଗୁ କରାଯାଇଛି। ଯାନବାହନ ଚଳାଚଳ, ପାର୍କିଂ ଓ ଫେରିବା ରୁଟ୍ ପାଇଁ ସ୍ୱତନ୍ତ୍ର ନିୟମ ଜାରି କରାଯାଇଛି। ପାର୍କିଂ “ଫର୍ଷ୍ଟ କମ୍, ଫର୍ଷ୍ଟ ସର୍ଭ” ଭିତ୍ତିରେ ଉପଲବ୍ଧ ହେବ। ଦୁଇଚକିଆ ଯାନରେ ଭୁବନେଶ୍ୱର, ବ୍ରହ୍ମଗିରି କିମ୍ବା କୋଣାର୍କ ପାର୍ଶ୍ୱରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ମାର୍କେଟ୍ ଛକ ପର୍ଯ୍ୟନ୍ତ ଯିବାକୁ ଅନୁମତି ମିଳିବ। ସେମାନଙ୍କ ପାଇଁ ମ୍ୟୁନିସିପାଲଟି ମାର୍କେଟ୍ କମ୍ପ୍ଲେକ୍ସ ଓ ପୁରୁଣା ଜଗନ୍ନାଥ ବଲ୍ଲଭ ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଫେରିବା ବେଳେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିଥିବା ଯାନ ନରେନ୍ଦ୍ରକୋଣ–ଜଟିଆ ବାବାଜୀ ଛକ ଦେଇ ବାହାରିବେ। ମାର୍କେଟ୍ କମ୍ପ୍ଲେକ୍ସରେ ପାର୍କିଂ କରିଥିବା ଯାନ ମେଡିକାଲ୍ ଛକ ଦେଇ ଫେରିବେ। ସମୁଦ୍ରକୂଳକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଭିଆଇପି ରୋଡ୍ ଦେଇ ଦିଗବାରେଣିଠାରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ରହିଛି। ସେମାନେ ସେହି ରାସ୍ତା ଦେଇ ଫେରିବେ। ଦେବସ୍ନାନ ପୂର୍ଣ୍ଣିମା ସୁରକ୍ଷା ପାଇଁ ୭୨ ପ୍ଲାଟୁନ୍ ପୁଲିସ ବଳ ମୁତୟନ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button