ସୌମ୍ୟ ହତ୍ୟା ମାମଲା: ଆଜି ପରିବାରକୁ ଭେଟିବ NHRC ଟିମ୍‌, ପୂର୍ବତନ ଆଇଆଇସିଙ୍କୁ ପଚରାଉଚରା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ ଜାତୀୟ ମାନବାଧିକାର କମିଶନ (NHRC)ଙ୍କ ଟିମ୍ ଓଡ଼ିଶା ଆସି ଖୋଳତାଡ଼ ଆରମ୍ଭ କରିଛି। NHRC ତଦନ୍ତ ୱିଙ୍ଗ୍‌ର ଦୁଇ ବରିଷ୍ଠ ଅଧିକାରୀ ରାଜେନ୍ଦ୍ର ସିଂ ଏବଂ ଅବିନାଶ କୁମାର ସୋମବାର ରାଜ୍ୟ ଅତିଥି ଭବନରେ ପୋଲିସ ଅଧିକାରୀମାନଙ୍କୁ ପଚରାଉଚରା କରି ଏକାଧିକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି। ଆଜି (ମଙ୍ଗଳବାର) ଏହି ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସୌମ୍ୟଙ୍କ ପରିବାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ହତ୍ୟାକାଣ୍ଡ ସମୟରେ ବାଲିଅନ୍ତା ଥାନାର ଆଇଆଇସି (IIC) ଥିବା ଇନ୍ସପେକ୍ଟର ଅନିଲ କୁମାର ପରିଡ଼ାଙ୍କୁ NHRC ଟିମ୍ ପଚରାଉଚରା କରିଛି। ସୂଚନାଯୋଗ୍ୟ ଯେ, ଏହି ଘଟଣା ପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ସେଠାରୁ ବଦଳି କରାଯାଇଥିଲା। ପଚରାଉଚରା ସମୟରେ ଘଟଣା ଦିନ ପ୍ରକୃତରେ କଣ ଏବଂ କିଭଳି ଘଟିଥିଲା, ସେ ନେଇ ଅନିଲ କମିଶନଙ୍କ ଆଗରେ ନିଜ ପକ୍ଷ ରଖିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button