ଦୋକାନ ଭିତରୁ ମାଲିକାଣୀଙ୍କ ମୃତଦେହ ଉଦ୍ଧାର: ସ୍ୱାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭୁବନେଶ୍ବର: କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଘୁଟୁରୁ ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ସ୍ଥାନୀୟ ‘ଅର୍ଚ୍ଚନା ଟ୍ରେଡର୍ସ’ ଶୋରୁମ୍ ଭିତରୁ ମାଲିକାଣୀ ଅର୍ଚ୍ଚନା ପରିଡ଼ାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ପାଇଁ ଅର୍ଚ୍ଚନାଙ୍କ ସ୍ୱାମୀ ଅଭିମନ୍ୟୁ ପରିଡ଼ାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।  ସକାଳେ ସ୍ୱାମୀ ଅଭିମନ୍ୟୁ ଦୋକାନ ଭିତରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ଥାନାରେ ଖବର ଦେଇଥିଲେ। ମାତ୍ର ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଅର୍ଚ୍ଚନାଙ୍କ ବାପାଘର ଲୋକେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଅଭିମନ୍ୟୁ ନିୟମିତ ମଦ୍ୟପାନ କରି ଅର୍ଚ୍ଚନାଙ୍କୁ ମାରପିଟ୍ କରୁଥିଲେ ଏବଂ ଜୀବନରେ ମାରିଦେବାକୁ ଧମକ ବି ଦେଉଥିଲେ। ଉଭୟ ବଣିଆପାଟସ୍ଥିତ ଏକ ଭଡ଼ା ଘରେ ରହୁଥିଲେ। ସେଠାରେ ଅର୍ଚ୍ଚନାଙ୍କୁ ହତ୍ୟା କରାଯିବା ପରେ ମୃତଦେହ ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ଆଣି ‘ଅର୍ଚ୍ଚନା ଟ୍ରେଡର୍ସ’ ଭିତରେ ରଖାଯାଇଥିବା ବାପାଘର ଲୋକେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button