ଖୁବ ଶିଘ୍ର ଭୁବନେଶ୍ବରରେ ଖୋଲିବ ସେବି ଅଫିସ

ଭୁବନେଶ୍ୱର: ଓଡ଼ିଶାର ପୁଞ୍ଜି ବଜାର ଏବଂ ନିବେଶକମାନଙ୍କ ପାଇଁ ଏକ ବଡ଼ ଖବର। ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ ବା ‘ସେବି’ ର ଏକ ନୂତନ ଶାଖା କାର୍ଯ୍ୟାଳୟ ଖୋଲିବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସେବି ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସୋମବାର ଦିନ ଭୁବନେଶ୍ୱରରେ ଆୟୋଜିତ ‘ଆସୋସିଏସନ ଅଫ ମ୍ୟୁଚୁୟାଲ ଫଣ୍ଡ ଅଫ ଇଣ୍ଡିଆ’ (AMFI) ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଭୁବନେଶ୍ୱରରେ ଏହି ଅଫିସ୍ ଖୋଲିବା ପରେ ପୂର୍ବରୁ ଯେଉଁ ସବୁ କାର୍ଯ୍ୟ ପାଇଁ କୋଲକାତା କିମ୍ବା ମୁମ୍ବାଇ ହେଡ୍‌କ୍ୱାର୍ଟର ଉପରେ ନିର୍ଭର କରିବାକୁ ପଡ଼ୁଥିଲା, ତାହା ଏବେ ସ୍ଥାନୀୟ ସ୍ତରରେ ସହଜରେ ହୋଇପାରିବ। କାର୍ଯ୍ୟକ୍ରମରେ ମ୍ୟୁଚୁୟାଲ ଫଣ୍ଡ ବଜାରର ଦ୍ରୁତ ଅଭିବୃଦ୍ଧି ଉପରେ ଆଲୋକପାତ କରି ଶ୍ରୀ ପାଣ୍ଡେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ମ୍ୟୁଚୁୟାଲ ଫଣ୍ଡର ଗୁରୁତ୍ୱ ଓ ଚାହିଦା ବେଶ୍ ବଢ଼ିବାରେ ଲାଗିଛି। ପୂର୍ବରୁ ଏହି ବଜାର ମାତ୍ର ୧୦ ଲକ୍ଷ କୋଟି ଟଙ୍କାର କାରାବାର ମଧ୍ୟରେ ସୀମିତ ଥିବା ବେଳେ ବର୍ତ୍ତମାନ ଏହା ବିପୁଳ ବୃଦ୍ଧି ପାଇ ୮୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

Related Articles

Leave a Reply

Your email address will not be published. Required fields are marked *

Back to top button