ପେଟ୍ରୋଲ ଦର ବୃଦ୍ଧି ନେଇ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲର କ୍ରମାଗତ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ପଷ୍ଟ ଭାବେ ଟାର୍ଗେଟ କରି ସେ କହିଛନ୍ତି ଯେ, ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ କିସ୍ତିରେ ବୃଦ୍ଧି କରୁଛନ୍ତି, ଯାହା ଦ୍ୱାରା ଜନସାଧାରଣଙ୍କ ପକେଟ୍ ଗୁପ୍ତ ଭାବରେ ଖାଲି ହୋଇଯାଉଛି। ଏପରିକି ପ୍ରଧାନମନ୍ତ୍ରୀଙ୍କୁ ‘ମୁଦ୍ରାସ୍ଫୀତି ପୁରୁଷ’ କହି ସେ କଟାକ୍ଷ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଗତ କିଛି ମାସ ହେବ ଦେଶରେ ଏକ ବଡ଼ ଆର୍ଥିକ ସଙ୍କଟ ବା ଝଡ଼ ଆସିବା ନେଇ ପୂର୍ବାନୁମାନ କରୁଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ମୋଦୀ ସବୁବେଳେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଲେ ଏବଂ ନିର୍ବାଚନ ଶେଷ ହେବା ମାତ୍ରେ ପେଟ୍ରୋଲ ଓ ଡିଜେଲ ଦର ୮ ଟଙ୍କା ବୃଦ୍ଧି କରି ଜନତାଙ୍କ ଉପରେ ବୋଝ ଲଦିଦେଲେ।

Related Articles

Leave a Reply

Your email address will not be published. Required fields are marked *

Back to top button